fbpx

ପ୍ରିମିୟମ୍ ନଥିଲେ ବି Freeରେ YouTube Video କରିପାରିବେ ଡାଉନଲୋଡ୍, ଶିଖନ୍ତୁ ଏହିସବୁ ଟେକନିକ୍

ବର୍ତ୍ତମାନର ଡିଜିଟାଲ ଜମାନାରେ ୟୁଟ୍ୟୁବ୍ ଏକ ପପୁଲାର ଭିଡିଓ ଷ୍ଟ୍ରିମିଂ ସର୍ଭିସ୍ । ସାଧାରଣତଃ ଭିଡିଓରେ ଲୋ ଓ ହାଇ-କ୍ୱାଲିଟି ଷ୍ଟ୍ରିମ୍ ଅପସନ ରହିଥାଏ । ଏହାଛଡ଼ା ଏଥିରେ କିଛି ଲିମିଟେସନ୍ସ ୟୁଟ୍ୟୁବ ୟୁଜର୍ସ ପାଇଁ ରହିଥାଏ । ଯଦି ଆପଣଙ୍କ ପାଖରେ ୟୁଟ୍ୟୁବ ପ୍ରିମିୟମ ନାହିଁ, ତେବେ ଆପଣ କିଛି ଭିଡିଓ ଡାଉନଲୋଡ୍ କରି ପାରିବେ ନାହିଁ । ମାତ୍ର ୟୁଟ୍ୟୁବର ସମସ୍ତ ଭିଡିଓକୁ ସହଜରେ ଡାଉନଲୋଡ୍ କରାଯାଇ ପାରିବ । ଏଥିପାଇଁ ଆପଣଙ୍କୁ ଥାର୍ଡ ପାର୍ଟି ଆପ ବା ୱେବସାଇଟର ସହାୟତା ନେବାକୁ ପଡ଼ିବ ।

ୟୁଟ୍ୟୁବ ଭିଡିଓ ଡାଉନଲୋଡ୍ କରିବା ପାଇଁ ଅନେକ ଆପ୍ ରହିଥିଲେ ମଧ୍ୟ ସବୁ ଆପ ଉପସାଯୋଗ୍ୟ ନୁହନ୍ତି । ଯଦି ଆପଣ ଅଧିକମାତ୍ରାରେ ଡାଉନଲୋଡ୍ କରିବାକୁ ଚାହାନ୍ତି, ତେବେ NewPipe ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ଅଟେ । ଏହା ଏକ ସ୍ୱଚ୍ଛ ଓ ଲୋକପ୍ରିୟ ଆପ୍ ଅଟେ । ଏଥିରେ ଆପଣଙ୍କୁ କୌଣସି ପ୍ରକାର ଆଡ୍ ଦେଖିବାକୁ ମିଳିବ ନାହିଁ । ଏହାକୁ ଆପଣ ଆପର ଅଫିସିଆଲ ୱେବସାଇଟରୁ ଡାଉନଲୋଡ୍ କରିପାରିବେ, ଏହା ଗୁଗଲ ପ୍ଲେ ଷ୍ଟୋରର ଉପଲବ୍ଧ ନାହିଁ । ଏହାଛଡ଼ା ଆପଣ Y2Mate ନାମକ ଏକ ପପୁଲାର ୱେବସାଇଟରୁ ୟୁଟ୍ୟୁବ ଭିଡିଓ ଡାଉନଲୋଡ୍ କରିପାରିବେ । ୟୁଟ୍ୟୁବ ଭିଡିଓର ଲିଙ୍କ କପି କରି ଆପଣ ଏହି ସାଇଟର ସର୍ଚ୍ଚବାରରେ ପେଷ୍ଟ କରି ଭିଡିଓକୁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.