fbpx

ATM ଟଙ୍କା ଗାଡ଼ି ହାଇଜ୍ୟାକ, ୨୪ ଲକ୍ଷ ଲୁଟ୍

ବ୍ରହ୍ମପୁର: ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ । ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ ହୋଇଥିବା ସୂଚନା । ଗାଡ଼ିକୁ ଠାବ କଲା ପୋଲିସ, ୨୪ ଲକ୍ଷ ଟଙ୍କା ଗାଏବ ।

ଘଟଣା ଅନୁଯାୟୀ. ସକାଳେ ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଗାଡ଼ି ବାହାରିଥିଲା । ଗାଡ଼ିରେ ୨୬ ଲକ୍ଷ ଥିଲା, ଡ୍ରାଇଭର ସହ ୪ କର୍ମଚାରୀ ଥିଲେ । ଗୋଟିଏ ଏଟିଏମରେ ୨ ଲକ୍ଷ ଲୋଡ୍ କରି ଅନ୍ୟ ଏଟିଏମକୁ ଯାଇଥିଲେ । ୩ ଜଣ ଏଟିଏମ ଭିତରକୁ ଯାଇଥିବାବେଳେ ଗାଡ଼ିରେ ଡ୍ରାଇଭର ଥିଲେ । କିଛି ସମୟ ପରେ ଡ୍ରାଇଭର ଓ ଗାଡ଼ି ନଥିବା ଦେଖିଥିଲେ ୩ କର୍ମଚାରୀ । ଏହାପରେ ଥାନାରେ ଖବର ପରେ ପୋଲିସ ଗୋଳନ୍ଥରାରୁ ଗାଡ଼ି ଠାବ କରିଥିଲା ପୋଲିସ । ଗାଡ଼ିରେ ଡ୍ରାଇଭର ଅଚେତ ପଡ଼ିଥିଲେ ବି ସମସ୍ତ ଟଙ୍କା ଗାଏବ ଥିଲା । ଅଚେତ ଥିବା ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି, ପୋଲିସର ତନାଘନା ଜାରି ।

 

Get real time updates directly on you device, subscribe now.