ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା (ବାପି)ଙ୍କ ପରଲୋକ ଘଟିଛି । ମାତ୍ର ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସାନ ଭାଇ ମନୋଜ ଜେନା । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା । ଏହା ସହ ଭଦ୍ରକ ଆସନରୁ ଏମପି ପାଇଁ ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ । ପୂର୍ବରୁ ସେ କରନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଚାଲିଥିବା ଜଣା ପଡ଼ିଛି । ୮୪ ଦିନ ଧରି ଇକମୋ ଚିକିତ୍ସାରେ ରହିଥିଲେ ।