fbpx

ତାଲିବାନୀଙ୍କ ପାଇଁ ଭୋକରେ ମରିବେ ଏତେ କୋଟି ଆଫଗାନୀ! ଜାଣନ୍ତୁ ସବିଶେଷ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିନେବା ପରେ ଚାରିଆଡ଼େ ହା ହା କାର । ନିଇତି ହଜାର ହଜାର ଲୋକ ଦେଶ ଛାଡ଼ିବାକୁ ବିମାନ ବନ୍ଦରରେ ଠୁଳ ହେଉଛନ୍ତି । ତାଲିବାନୀ ରୁଲ୍ରେ ଅକଥନୀୟ ନିର୍ଯାତନାକୁ ଡରି ଲୋକେ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଆଫଗାନରେ ସୃଷ୍ଟି ହୋଇଛି ବଡ଼ ସଂକଟ । ମାନବ ସମାଜ ପାଇଁ ଦେଖାଦେଇଛି ଗୁରୁତ୍ୱର ବିପଦ । ପରିସ୍ଥିତି ଏଭଳି ହୋଇଛି ଯେ ୧.୪ କୋଟିରୁ ଅଧିକ ଲୋକ ଭୋକ ଉପାସରେ ଛଟପଟ ହେବାର ଆଶଙ୍କା ଦେଖାଦେଲାଣି ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଆଫଗାନର ନିର୍ଦ୍ଦେଶକ ମେରି ଏଲେନ୍ ମ୍ୟାକଗ୍ରାର୍ଟି କାବୁଲରୁ ଭିଡିଓ କନଫେରେନ୍ସି ଜରିଆରେ ଆମେରିକାର ଗଣମାଧ୍ୟମକୁ ଏଭଳି କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାମାରୀ କୋଭିଡ୍ ପାଇଁ ଆଫଗାନିସ୍ତାନକୁ ଖୁବ୍ ସଂଘର୍ଷ କରିବାକୁ ପଡୁଛି । ପ୍ରଥମରୁ ହିଁ ସାମାଜିକ ଓ ଆର୍ôଥକ ସ୍ଥିତି ବଡ଼ ସଂକଟମୟ ହୋଇଯାଇଥିଲା । ଲୋକେ ଖାଦ୍ୟ ପାଇଁ ବିକଳ ହେଉଥିବାବେଳେ ସମ୍ପ୍ରତି ସ୍ଥିତି ଆହୁରି ବିଗିଡ଼ି ଯାଇଛି । ମ୍ୟାକଗ୍ରାର୍ଟିଙ୍କ ସୂଚନା ଅନୁସାରେ ୪୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି ଏବଂ ପଶୁସମ୍ପଦ ବିପଦରେ ପଡ଼ିଯାଇଛନ୍ତି । ତାଲିବାନ ଯେତିକି ଆଗକୁ ବଢ଼ି ଆସିଲେ ସେହି ଅନୁସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଗଲେ ଏବଂ ଜଟିଳ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।

ମ୍ୟାକଗ୍ରାର୍ଟି ଆହୁରି କହିଛନ୍ତି ଯେ ଯେଉଁଠାରେ ଖାଦ୍ୟର ଜରୁରି ଆବଶ୍ୟକ ରହିଛି ସେହି ସ୍ଥାନକୁ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଜରିଆରେ ଗତ ମେ ମାସରେ ୪୦ ଲକ୍ଷ ଲୋକଙ୍କ ନିକଟକୁ ଖାଦ୍ୟ ମିଳିବା ବ୍ୟବସ୍ଥା କରାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ୯୦ ଲକ୍ଷ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଖାଦ୍ୟ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୨୦ କୋଟି ଡଲାର ଆର୍ôଥକ ସାହାଯ୍ୟ ଦିଆଯାଉ ବୋଲି ମ୍ୟାକଗ୍ରାର୍ଟି ନିବେଦନ କରିଛନ୍ତି ।

Get real time updates directly on you device, subscribe now.