fbpx

ମହିଳାଙ୍କୁ ୨୧ ବର୍ଷ ହେଲେ ଏଠାରେ ହୁଏ ‘ଭର୍ଜିନିଟି ପାର୍ଟି’, ହେବାକୁ ପଡ଼େ ଟପଲେସ୍

ନୂଆଦିଲ୍ଲୀ: ସମଗ୍ର ପୃଥିବୀ ଅନେକ ବିବିଧତାରେ ଭରପୁର । ଏଥିସହିତ ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରକାରର ଜନଜାତି ରହୁଥିବା ବେଳେ ସେମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅଜବ ସଂସ୍କୃତି ଆମକୁ କ୍ଷଣ କ୍ଷଣରେ ଆଶ୍ଚର୍ଯ୍ୟ କରେ । ଦକ୍ଷିଣ ଆଫ୍ରିକାର ଜୁଲୁ ଜନଜାତିରେ ୨୧ ବର୍ଷ ମହିଳାଙ୍କୁ ଭର୍ଜିନ୍ ରହିବା ପାଇଁ ବାଧ୍ୟ । ଯେବେ ଝିଅ ବା ମହିଳାଙ୍କୁ ୨୧ ବର୍ଷ ହୁଏ ସେତେବେଳେ ସେମାନଙ୍କ ଉଦ୍ଦେଶ୍ୟରେ ପରିବାର ଲୋକେ ଏକ ବଡ଼ ପାର୍ଟି ର ଆୟୋଜନ କରନ୍ତି । ଏଥିରେ ମହିଳା ମାନଙ୍କ ଭର୍ଜିନିଟି କୁ ନେଇ ସେଲିବ୍ରେଟ୍ କରାଯାଏ । ପୂରା ପରିବାର ଝିଅ ୨୧ ବର୍ଷ ପର୍ଯ୍ୟନ୍ତ ଭର୍ଜିନ୍ ଥିବାରୁ ତାକୁ ନେଇ ପାର୍ଟି କରାଯାଇଥାଏ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ଏକଦମ୍ ସତ କଥା ।

ତେବେ ଏହି ଆୟୋଜନରେ ମହିଳାଙ୍କର ପରିବାର ଲୋକେ ପଶୁ ମାନଙ୍କ ବଳୀ ମଧ୍ୟ ଦେଇଥାନ୍ତି । ଆଉ ସେହି ବଳି ଦିଆଯାଇଥିବା ପଶୁର ଛାଲରେ ମହିଳାଙ୍କୁ ନିଜର ଶରୀର ଘୋଡ଼ାଇବାକୁ ପଡ଼ିଥାଏ । ଏଥିରେ ପୂରା ପରିବାର ଏବଂ ସମ୍ପର୍କିୟ ଯୋଗ ଦେଇଥାଏ । ଯାହା ଉଦ୍ଦେଶ୍ୟରେ ଏହି ପାର୍ଟି କରାଯାଏ ସେହି ଯୁବତୀକୁ ଢ଼େର୍ ସାରା ଉପହାର ଦିଆଯାଇଥାଏ । ପୁରୁଷ ମାନଙ୍କ କ୍ଷେତ୍ରରେ ଏପରି କିଛି ନିୟମ ନଥିବା ବେଳେ କେବଳ ନୀରିହ ଝିଅ ମାନେ ଏହି ପରମ୍ପରାର ଶିକାର ହୋଇଥାନ୍ତି ।

ଏନେଇ ଜଣେ ଜୁଲୁ ଜନଜାତିର ମହିଳା ନିଜର ମତ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ୨୧ ବର୍ଷ ହେବାପରେ ତାଙ୍କ ପରିବାର ଲୋକ ପାର୍ଟିର ଆୟୋଜନ କରିଥିଲେ । ସେ ଭର୍ଜିନ୍ ଅଛନ୍ତି କି ନାହିଁ ତାହା ତାଙ୍କ ମାଆ କନଫର୍ମ କରିଥିଲେ ଏବଂ ପାରମ୍ପରିକ ବେଶଭୁଷା ଅନୁସାରେ ତାଙ୍କୁ ଟପଲେସ୍ ହେବାକୁ ପଡ଼ିଥିଲା । ଏଥିସହ ବଳି ଦିଆଯାଇଥିବା ଗାଈର ଚମଡ଼ା ପିନ୍ଧିବାକୁ ପଡ଼ିଥିଲା । ଖାଲି ସେତିକି ନୂହେଁ ଯଦି ପିନ୍ଧିଥିବା ପଶୁର ଚମଡ଼ା ଫାଟିଯାଏ ତେବେ ଧରାଯାଇଥାଏ ଯୁବତୀ ଭର୍ଜିନ୍ ହେବାନେଇ ମିଛ କହିଛି ।

Get real time updates directly on you device, subscribe now.