fbpx

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୭୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳ ମୁଁହା ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ,ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର ୨୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ବୃଦ୍ଧି ପାଇଛି।

ସେହିପରି ଦିନକରେ ଆଉ ୩୬,୩୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ରେ ପହଞ୍ଚିଛି । ଦେଶରେ କୋରୋନା ଆରୋଗ୍ୟ ହାର ମଧ୍ୟ ୯୭.୫୪% କୁ ବୃଦ୍ଧି ପାଇଛି । ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୩୪୦ ରହିଛି । ଯାହାକି ଦୀର୍ଘ ୧୫୧ ଦିନ ମଧ୍ୟରେ ସର୍ବନିମ୍ନ।

ଦେଶରେ ଦୈନିକ ସଂକ୍ରମଣ ହାର ୨.୦୦ % ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮% ରହିଛି। ଦେଶରେ ମୋଟ ୫୦.୪୫ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୫୭.୬୧ କୋଟି ପାନ ଟିକା ଦିଆଯାଇଛି।

Get real time updates directly on you device, subscribe now.