fbpx

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍ଓ ସଂଗ୍ରାମ କେଶରୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି (ଓଡିଶା ଭାସ୍କର): ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି । ଏହା ମଧ୍ୟରେ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ଡିଏଫ୍‌ଓଙ୍କୁ ଜେରା କରୁଛନ୍ତି । ତେବେ କିଛି ଦିନ ତଳେ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ସେହିପରି ଅନ୍ୟପଟେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପ୍ରାୟ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ହେଲେ; ତାଙ୍କୁ କ’ଣ ସବୁ ପ୍ରଶ୍ନ ହୋଇଥିଲା ଏବଂ ଉତ୍ତରରେ ସେ କ’ଣ କହିଥିଲେ, ସେ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ଥାନା ଅଧିକାରୀ।

Get real time updates directly on you device, subscribe now.