fbpx

ଖାଦ୍ୟ ପସନ୍ଦ ନ ଆସିବାରୁ ଅଫଗାନ୍ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ତାଲିବାନି ଆତଙ୍କୀ

କାବୁଲ: ତାଲିବାନି ମାନେ ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ନିଜର ମନମାନୀ ଆରମ୍ଭ କରିଦେଇଛନ୍ତି । ସେମାନେ ରୀତିମନ୍ତ ସେମାନଙ୍କ ନିୟମ କାନୁନ୍ ଲାଗୁ କରିସାରିଲେଣି । ତେଣୁ ଏବେ ଆଫଗାନିସ୍ତାନ ଛାଡ଼ିପାରିନଥିବା ନାଗରିକ ମାନେ ତାଲିବାନି ମାନଙ୍କ କ୍ରୁରତାର ସାମନା କରୁଛନ୍ତି । ଏହି କ୍ରମରେ ଆଉ ଏକ ହୃଦୟଥରା ଘଟଣା ଶୁଣିବାକୁ ମିଳିଛି । ଜଣେ ମହିଳାଙ୍କୁ ତାଲିବାନି ମାନେ ଜିଅନ୍ତା ଜାଳି ଦେଇଛନ୍ତି । ଏôତରେ ମହିଳାଙ୍କର କେବଳ ଗୋଟିଏ ଦୋଷ ରହିଥିଲା । ତାହା ହେଉଛି; ସେ ତିଆରି କରିଥିବା ଖାଦ୍ୟ ସେମାନଙ୍କୁ ପସନ୍ଦ ଆସିଲାନାହିଁ । ତେବେ ଆମେରିକା ଓ ଅଶରଫ୍ ଘନିଙ୍କ ସମର୍ଥକ ମାନଙ୍କୁ ଖୋଜିବା ପାଇଁ ତାଲିବାନି ମାନେ ଲୋକଙ୍କ ଘର ଘର ବୁଲୁଛନ୍ତି । ଏହି ସମୟରେ ଜଣେ ମହିଳାଙ୍କ ଘରେ ସେମାନେ ଯାଇ ପହଞ୍ଚିଥିଲେ ଏବଂ ଖାଇବା ତିଆରି କରିବାକୁ କହିଥିଲେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ତାଳିବାନି ମାନେ ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଖାଇବା ତିଆରି କରିବାକୁ କହିଥିଲେ । ହେଲେ ଆତଙ୍କୀ ମାନଙ୍କୁ ଖାଇବା ପସନ୍ଦ ନଆସିନଥିଲା । ଏହାପରେ ନିର୍ଦ୍ଦୟୀ ତାଳିବାନି ମାନେ ଉକ୍ତ ମହିଳାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ବର୍ତ୍ତମାନ ଆଫଗାନିସ୍ତାନରେ ଆତଙ୍କବାଦୀ ମାନେ ଲୋକମାନଙ୍କ ଘରକୁ ଜୋରଜବରଦସ୍ତି ପଶି ଯାଉଛନ୍ତି । ଆଉ ସେଠାରେ ଥିବା ମହିଳାଙ୍କ ପ୍ରତି ଖୁବ୍ ଅତ୍ୟାଚାର କରୁଛନ୍ତି । ସେମାନେ ମହିଳାଙ୍କୁ ବଳପୂର୍ବକ ଖାଇବା ତିଆରି କରିବାକୁ କହୁଛନ୍ତି ଏବଂ ନୀରିହ ଲୋକଙ୍କ ରାସନ ବି ଲୁଟି ନେଇଯାଉଛନ୍ତି ।

ଖାଲି ସେତିକି ନୂହେଁ, ଯୁବତୀ ମାନଙ୍କୁ ଉଠାଇ ନେଇଯାଉଛନ୍ତି ଏବଂ ସେମାନଙ୍କ ବିବାହ କରୁଛନ୍ତି । ଖବର ଅନୁଯାୟୀ, ତାଲିବାନି ମାନେ ଯୁବତୀ ମାନଙ୍କୁ ସେକ୍ସ ୱର୍କର୍ ସଜାଇବାକୁ ଯାଇ ସେମାନଙ୍କୁ ଦେଶ ବାହାରକୁ ପଠାଇ ଦେଉଛନ୍ତି । ୨୦ ବର୍ଷ ପରେ ପୁଣି ଥରେ ଏହି କ୍ରୁର ତାଳିବାନି ମାନେ ଶାସନ ହାତେଇଥିବାରୁ ମହିଳା ମ।।ନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ।

 

Get real time updates directly on you device, subscribe now.