fbpx

ଏଠାରେ ପାଳନ କରାଯାଏ ସେକ୍ସ ଫେଷ୍ଟିଭଲ୍, ଜାଣନ୍ତୁ କଣ ଓ କେଉଁଠି ହୁଏ..

ନୂଆଦିଲ୍ଲୀ: ଆପଣ ମାନେ ଅନେକ ଅଜବ ଗଜବ ପର୍ବ ସମ୍ପର୍କରେୂ ଶୁଣିଥିବେ ନିଶ୍ଚୟ । ହେଲେ ଜୀବନରେ କେବେ ସେକ୍ସ ଫେଷ୍ଟିଭଲ୍ ସମ୍ପର୍କରେ ଶୁଣିଛନ୍ତି । ତେବେ ସ୍ୱିଡେନ୍ ଏମିତି ଏକ ଦେଶ ଯେଉଁଠାରେ ସେକ୍ସ ଫେଷ୍ଟିଭଲ୍ ପାଳନ କରାଯାଇଥାଏ । ଏଥିରେ କେବଳ ଦମ୍ପତି ମାନଙ୍କୁ ହିଁ ପ୍ରବେଶ କରିବାକୁ ଅନୁମତି ରହିଛି । ସିଙ୍ଗଲ୍ ଲୋକ ମାନଙ୍କୁ ଏହି ଫେଷ୍ଟିଭଲ୍ କୁ ଆସିବାକୁ ଅନୁମତି ନାହିଁ ।

ଦ ସନ୍’ ରେ ପ୍ରସାର ହୋଇଥିବା ଏକ ରିପୋର୍ଟ ମୁତାବକ, ଚଳିତ ଥର ଏହି ସେକ୍ସ ଫେଷ୍ଟିଭଲ୍ ସ୍ୱିଡେନ୍ ର ମୋଲକୋମ୍ ଠାରେ ପାଳନ କରାଯାଇଛି । ଏହା ଏକ ସପ୍ତାହ ଧରି ଚାଲିଥାଏ । ଏଥିରେ କପଲ୍ ମାନଙ୍କ ପାଇଁ ମ୍ୟୁଜିକ୍, ଡାନ୍ସ ଏବଂ ନିଜ ପାର୍ଟନର୍ ଙ୍କ ସହ କ୍ୱାଲିଟି ଟାଇମ୍ ବିତେଇବାର ସୁବିଧା ମଧ୍ୟ ରହିଛି । ଏଠାକୁ ଆସୁଥିବା କପଲ୍ ମାନଙ୍କୁ ଅନେକ ଆକ୍ଟିଭିଟି କରିବାକୁ ମଧ୍ୟ ଦିଆଯାଇଥାଏ ।

ହେଲେ ଚଳିତ ବର୍ଷ ଏଥିରେ ସାମିଲ ହୋଇଥିବା ପ୍ରାୟ ୧୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୋଲିସ୍ ଏ ସମ୍ପର୍କରେ ସୂଚନା ଦେଇଥିଲା । ଅନେକ ମହଲରେ କୁହାଯାଇଥିଲା ଯେ, ଏହି ଫେଷ୍ଟିଭଲ୍ କାରଣରୁ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଏହାର ଆୟୋଜକ ମାନଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଛି ।

Get real time updates directly on you device, subscribe now.