fbpx

ଜେଇଇ ମେନ ୨୦୨୧ର ଚତୁର୍ଥ ଅଧିବେଶନ ପାଇଁ ପ୍ରକାଶ ପାଇଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଏନଟିଏ ପକ୍ଷରୁ ଜେଇଇ ମେନ ୨୦୨୧ର ଚତୁର୍ଥ ଅଧିବେଶନ ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି | ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ପାଇଁ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଇ ଡାଉନଲୋଡ କରିପାରିବେ | ଜେଇଇ ମେନ୍ ୨୦୨୧ ପରୀକ୍ଷାର ଅନ୍ତିମ ଅଧିବେଶନ ପାଇଁ ୭.୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି। ଅଗଷ୍ଟ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଏବଂ ୨ରେ ଏନଟିଏ ଜେଇଇ ମେନ ୨୦୨୧ର ଚତୁର୍ଥ ତଥା ଶେଷ ଅଧିବେଶନ ପରିଚାଳନା କରିବ |

ଆଡମିଟ କାର୍ଡ ଡାଉନଲୋଡ କରିବା ପ୍ରକ୍ରିୟା:

୧. ଆଡମିଟ କାର୍ଡ ଡାଉନଲୋଡ ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ
୨: ଏହା ପରେ ‘ଡାଉନଲୋଡ୍ ଜେଇଇ(ମେନ୍) ୨୦୨୧ (ସେସନ- ୪) ଆଡମିଟ୍ କାର୍ଡ ପେପର (ବିଇ/ ବି ଟେକ୍ / ବି ଆର୍ଚ / ବି ପ୍ଲାନ) – ଲିଙ୍କ୍ ୧, ଲିଙ୍କ୍ ୨, ଲିଙ୍କ୍ ୩ ଲେଖାଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ |
୩. ପରିଚୟପତ୍ର ଦେଇ ଦାଖଲ ଅପସନ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
୪. କ୍ଲିକ କରିବା ପରେ ଆପଣଙ୍କର ଆଡମିଟ୍ କାର୍ଡ ସ୍କ୍ରିନରେ ଆସିଯିବ ଓ ଆପଣ ମାନେ ସେଠାରୁ ଆଡମିଟ୍ କାର୍ଡକୁ ଡାଉନଲୋଡ କରି ନିଅନ୍ତୁ |

Get real time updates directly on you device, subscribe now.