fbpx

ଭାଇରାଲ୍ ହେଉଛି ଶଶି ଥରୁର୍ ଙ୍କର ନଡ଼ିଆ ଫଟା ଅନ୍ଦାଜ୍

କେରଳ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ଭେଟେରାନ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର । ଥରୁର, ତାଙ୍କ ମଜାଳିଆ ଫଟୋ ପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ପୁଣି ସେହିଭଳି କିଛି କରି ଟ୍ରେଣ୍ଡରେ ରହିଛନ୍ତି । କିଛି ଦିନ ହେବ ତାଙ୍କର ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଓନମ୍ ପର୍ବରେ ଭିନ୍ନ ଅନ୍ଦାଜରେ ନଡ଼ିଆ ଫଟାଉଛନ୍ତି ।

ଥରୁର ନିଜେ ଫଟୋକୁ ଅନେକ ଚିତ୍ର ଯୋଡି ସେୟାର କରିଥିଲେ । ବାସ୍ତବରେ, ଓନମ ଅବସରରେ କଂଗ୍ରେସ ନେତା ଶଶି ଥରୁର ଏକ ମନ୍ଦିରରେ ନଡ଼ିଆ ଭାଙ୍ଗୁଥିଲେ । ଏଥିରେ ସେ ଏକଦମ୍ ପାରମ୍ପରିକ ବେଶଭୁଷାରେ ନଜର ଆସିଛନ୍ତି । ଜଣେ ଟୁଇଟର୍ ବ୍ୟବହାରକାରୀ ତାଙ୍କ ଫଟୋକୁ ମିମ୍ସ କରି ଅପଲୋଡ୍ କରିଛନ୍ତି ।

ଯେପରିକି ନଡିଆ ଭାଙ୍ଗୁଥିବା ପୋଜରେ ଚା’ ଦୋକାନରେ ଚା ଫେଣ୍ଟୁଛନ୍ତି । ସମାନ ଟ୍ୱିଟର ବ୍ୟବହାରକାରୀ ଥରୁରଙ୍କ ଏହି ଚିତ୍ରର ଆଉ ଏକ ମଜାଳିଆ ମେମ୍ ତିଆରି କରିଥିଲେ । ଯେଉଁଥିରେ ତାଙ୍କୁ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀମାନଙ୍କ ସହିତ ନାଚ କରୁଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.