କାବୁଲ: ତାଲିବାନର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୯/୧୧ ଆକ୍ରମଣରେ ଓସାମା ବିନ୍ ଲାଦେନ ସମ୍ପୃକ୍ତ ଥିବା କୌଣସି ପ୍ରମାଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ଯୁଦ୍ଧ ପରେ ମଧ୍ୟ କୌଣସି ପ୍ରମାଣ ନାହିଁ। ଏଥି ସହିତ ତାଲିବାନର ଲେଉଟାଣି ପରେ ପୁଣିଥରେ ଆତଙ୍କବାଦୀ ସଂଗଠନ ଅଲକାଏଦା ସକ୍ରିୟ ହେବାର ଆଶଙ୍କା ଦେଖାଦେଇଛି । ଏଥି ସହିତ ବିସିସିଆଇ ରିପୋର୍ଟ ଅନୁଯାୟୀ ଅଲ କାଏଦା ତାଲିବାନକୁ ଅଭିନନ୍ଦନ ଜଣାଇଛି। ଅଲ କାଏଦା ନିଜ ବିବୃତ୍ତିରେ ଆମେରିକାକୁ ଆକ୍ରମଣକାରୀ ଏବଂ ଆଫଗାନିସ୍ତାନ ସରକାରଙ୍କୁ ସେମାନଙ୍କର ସହଯୋଗୀ ବୋଲି ବର୍ଣ୍ଣନା କରିଛି।
ତାଲିବାନ କହିଛି ଯେ, ଶତ୍ରୁଙ୍କ ବିରୋଧରେ ଏହି ଲଢ଼େଇରେ ଅଫଗାନ୍ ନାଗରିକଙ୍କ ଏହି ବଳିଦାନକୁ ଭୁଲିବା କଥା ନୁହେଁ । ଏହା ବ୍ୟତୀତ ଅଲକାଏଦା କହିଛି ଯେ, ତାଲିବାନଙ୍କ ଜିତ୍ ରେ ଆମେରିକାର ହାର୍ । ତେଣୁ ଏବେ ପୁଣିଥରେ ଅଲକାଏଦା ଆତଙ୍କବାଦୀ ସକ୍ରିୟ ହେବାନେଇ ଆଶଙ୍କା ଦେଖାଦେଇଛି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ଆତଙ୍କବାଦୀ ମାନଙ୍କୁ ଏକ ସୁଯୋଗ ମିଳିଛି ତେଣଉ ସେମାନେ କେବେ ବି ଏହାକୁ ହାତଛଡ଼ା କରିବେ ନାହିଁ ।