fbpx

ଭିଜିଲାନ୍ସ ପଞ୍ଝାରେ PEO, ୩ଟି ସ୍ଥାନରେ ଚଢ଼ାଉ

ବରଗଡ଼: ବରଗଡ଼ ବେହେରାପଲ୍ଲୀ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । PEO ଅନିଲ କୁମାର ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଟିମରେ ଅଛନ୍ତି ଜଣେ ଡିଏସପି, ୩ ଜଣ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ଏଥିରେ ଗୋଟିଏ ଦୁଇ ମହଲା କୋଠା ଓ ଗୋଟିଏ ପ୍ଲଟ ଏବଂ ନଗଦ ୬୯ ହଜାର ଟଙ୍କା ଠାବ ହୋଇଛି । ଅଫିସରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି ।

 

Get real time updates directly on you device, subscribe now.