fbpx

ଭାଗ୍ୟ ହେବ ତ ଏମିତି ! ଗାତ ଖୋଳୁ ଖୋଳୁ ଦୁଇ ବର୍ଷରେ ୬ଟି ହୀରା ପାଇଲେ ଚାଷୀ

ଭୋପାଳ: ଯଦି ଆପଣ ଭାଗ୍ୟ ଉପରେ ବିଶ୍ୱାସ କରୁଛନ୍ତି ତେବେ ଏହି ଖବର ଟିକୁ ପଢ଼ନ୍ତୁ । ଗୋଟିଏ କୃଷକକୁ ଖୋଦନ ବେଳେ ମିଳିଲା ୬.୪୭ କ୍ୟାରେଟ୍ ଗୁଣବତ୍ତାର ହୀରା । ଏହି ଖବର ଶୁଣିବାକୁ ମିଳିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ । କୃଷକଙ୍କୁ ଉକ୍ତ ଜମିକୁ ସରକାରଙ୍କୁ ଠାରୁ ଲିଜ୍ ରେ ନେଇଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ବି ପାଞ୍ଚ ଥର ଏହିପରି ଭାବରେ ଜମିରୁ ହୀରା ମିଳିସାରିଛି । ଏହାକୁ ସୁନିଶ୍ଚିତ କରି ଦାୟିତ୍ୱରେ ଥିବା ହୀରା ଅଧିକାରୀ ନୂତନ ଜେନା କହିଛନ୍ତି ଯେ ପ୍ରକାଶ ମଜୁମଦାର ଶୁକ୍ରବାର ଦିନ ଜାରୁପୁର ଗାଁର ଏକ ଖଣିରେ ହୀରା ପାଇଛନ୍ତି।

ଷଷ୍ଠ ଥର ମିଳିଥିବା ଏହି ହୀରାର ଦାମ୍ ୩୦ ଲକ୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି । ତେବେ ପ୍ରଭାରୀ ଅଧିକାରୀ ନୂତନ ଜେନା କହିଛନ୍ତି ଯେ, ହୀରା ଗୁଡ଼ିକୁ ଖୁବ୍ ଶୀଘ୍ର ନିଲାମ କରାଯିବ ଓ ଏହାର ଦାମ୍ ସରକାର ନିଶ୍ଚିତ କରିବେ । ତେବେ ହୀରା ପାଇଥିବା କୃଷକ ପ୍ରକାଶ ମଜୁମଦାର୍ କହିଛନ୍ତି ଯେ, ନିଲାମ ପରେ ଏହାର ଅର୍ଥ ରାଶିକୁ ନିଜର ଚାରିଟି ସହଭାଗୀଙ୍କ ସହିତ ବାଣ୍ଟିବେ ।

ସେ କହିଛନ୍ତି ଯେ, ସେମାନଙ୍କୁ ଖୋଦନ ସମୟରେ ୬.୪୭ କ୍ୟାରେଟ୍ ର ହୀରା ମିଳିଥିଲା । ତାକୁ ସେମାନେ ସରକାରୀ ହୀରା କାର୍ଯ୍ୟାଳୟରେ ଜମା କରିଥିଲେ । ଗତବର୍ଷ ବି ତାଙ୍କୁ ୭.୪୪ କ୍ୟାରେଟ୍ ର ହୀରା ମିଳିଥିଲା । ପୂର୍ବରୁ ମିଳିଥିବା ୪ଟି ହୀରା ୨.୫ କ୍ୟାରେଟ୍ ଗୁଣବତ୍ତାଯୁକ୍ତ । ତେବେ ସରକାରୀ ଅଧିକାରୀ ମାନେ କହିଛନ୍ତି ଯେ, ନିଲାମ ପରେ ଯାହା ବି ଅର୍ଥ ମିଳିବ ସେଥିରୁ କର ହିସାବରେ କାଟି ବାକି ଟଙ୍କା କୃଷକଙ୍କୁ ଦିଆଯିବ ।

Get real time updates directly on you device, subscribe now.