fbpx

ହକି ତାରକା ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା/ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ହକି ତାରକା ଅମିତ୍ ରୋହିଦାସ ପୁରସ୍କୃତ ହୋଇଛନ୍ତି । ଅମିତ୍ ଙ୍କୁ ଶ୍ରେଷ୍ଠ ଖେଳାଳୀ ବାବଦରେ ୨ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି । ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଜୀବନ ବ୍ୟାପୀ ଅବଦାନ ପାଇଁ ସମ୍ମାନ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କାଳୁ ଚରଣ ଚୌଧୁରୀଙ୍କୁ ୩ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଛି । ଏଥିସହିତ ବିଶିଷ୍ଟ କୋଚ୍ ଭାବରେ ଶିବ ପ୍ରସାଦ ଦାସଙ୍କୁ ୧ଲକ୍ଷ ଓ ମାନପତ୍ର ପ୍ରଦାନ କରାଯାଇଛି ।

ଅନ୍ୟପଟେ ପୋଲିସ୍ ଏଏସଆଇ ତ୍ରୈଲୋକ୍ୟନାଥ ପରିଡ଼ାଙ୍କୁ ସାହସିକତା ସ୍କୁରସ୍କାର ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

Get real time updates directly on you device, subscribe now.