fbpx

ମଦ ନିଶାରେ ରାକ୍ଷସ ପାଲଟିଲେ ଯୁବକ, ଚାକୁରେ ନୀରିହ କୁକୁରର ନେଇଗଲେ ଜୀବନ

ନୋଏଡ଼ା: ଯେତେବେଳେ ବି ବିଶ୍ୱସ୍ତତା କଥା ପଡ଼େ ସେତେବେଳେ କୁକୁରର ଉଦାହରଣ ଦିଆଯାଇଥାଏ । କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ହେଲେ ଜଣେ ଯୁବକ ମଦ ନିଶାରେ ଚୁର୍ ହୋଇ ଗୋଟିଏ ନୀରିହ କୁକୁରର ଜୀବନ ନେଇଯାଇଛନ୍ତି । ଯୁବକ ଜଣକ ମଦ ନିଶାରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ମଦ୍ୟପ ଯୁବକ ଜଣକ କୁକୁରକୁ ଚାକୁରେ ଆକ୍ରମଣ କରିଛନ୍ତି । ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ଗ୍ରେଟର୍ ନୋଏଡ଼ାରର ଦନକୌର୍ ଥାନା ଅଞ୍ଚଳରେ ।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ପୋଲିସ୍ କୁ ଖବର ଦେଇଥିଲେ । ଏହାପରେ ଉକ୍ତ ମଦ୍ୟପ ଯୁବକକୁ ପୋଲିସ୍ ଧରିଛି । ପୋଲିସ୍ ମଧ୍ୟ ଏ ସମ୍ପର୍କରେ ସୁଚନା ଦେଇ କହିଛି ଯେ, ଦନକୌର୍ ଥାନା ଅଞ୍ଚଳରେ ଯୁବକ ଜଣକ ମଦ ନିଶାରେ ଚାକୁରେ କୁକୁରର ଉପରେ ଆକ୍ରମଣ କରିଥିଲେ ଓ ତାକୁ ମାରି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ପୋଲିସ୍ ଟିକ୍ ସମୟରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

Get real time updates directly on you device, subscribe now.