fbpx

ଖୁସି ଖବର: ଶସ୍ତା ହେଲା ସୁନା, ୫ ଦିନ ପର୍ଯ୍ୟନ୍ତ ଖୋଲିବ ଏହି ସରକାରୀ ଯୋଜନା

ନୂଆଦିଲ୍ଲୀ: ସରକାର ଗ୍ରାହକଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଆଣିଦେଇଛି । ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ଆଜିଠାରୁ ଆପଣ ଗ୍ରାହକଙ୍କ ପାଇଁ ଶସ୍ତା ହୋଇଛି ସୁନା । ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ଅଧୀନରେ ଆପଣ ମାନେ ବଜାର ଦର ଠାରୁ କମ୍ ଦାମ୍ ରେ ସୁନା ଗହଣା କିଣିପାରିବେ । ତେବେ ଏହି ଯୋଜନା କେବଳ ୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ । ତେଣୁ ଆପଣ ମାନେ ଯଦି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଡେରି କରନ୍ତୁ ନାହିଁ ।

ଏହାର ବିକ୍ରୟ ଉପରେ ହେଉଥିବା ଲାଭ, ଆୟକର ନିୟମ ଅନୁଯାୟୀ ରିହାତି ସହିତ ଆହୁରି ଅନେକ ଲାଭ ଆପଣ ମାନେ ପାଇପାରିବେ । ସରକାରଙ୍କ ଦ୍ୱାରା ଗୋଲ୍ଡ ବଣ୍ଡ୍ ରେ ବିନିଯୋଗ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଏହା ହେଉଛି ଷଷ୍ଠ ସିରିଜ୍ । ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, ମେ ଏବଂ ସେପ୍ଟେମ୍ବର ମଧ୍ୟରେ ସୋଭରେନ୍ ଗୋଲ୍ଡ ବଣ୍ଡ୍ କୁ ୬ଟି କିସ୍ତି ଜାରି କରାଯିବ ।

ଏହି ଯୋଜନା ଅନୁଯାୟୀ, ପ୍ରତି ଗ୍ରାମ ପିଛା ୪,୭୩୨ ଟଙ୍କାରେ ସୁନା କିଣିପାରିବେ । ତାହା ହେଉଛି, ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି, ତା’ହେଲେ ଏହାର ମୂଲ୍ୟ ୪୭,୩୨୦ ଟଙ୍କା ରହିବ । ସୁନା ବଣ୍ଡ କ୍ରୟ ଅନଲାଇନରେ କରାଯାଇଥାଏ, ତେବେ ସରକାର ଏହିପରି ନିବେଶକଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ପ୍ରଦାନ କରିଥାନ୍ତି। ଏଥିରେ, ଆବେଦନ ଦେୟ ‘ଡିଜିଟାଲ୍ ମୋଡରେ କରିବାକୁ ହେବ । ଅନଲାଇନରେ ସୁନା କିଣିଲେ ନିବେଶକଙ୍କୁ ପ୍ରତି ଗ୍ରାମ ସୁନା ପାଇଁ ୪,୬୮୨ ଟଙ୍କା ଖର୍ଚ୍ଚ କରିବେ । ଆପଣ ୧୦ ଗ୍ରାମ ସୁନା ୪୬,୮୨୦ ଟଙ୍କାରେ ପାଇବେ ।

Get real time updates directly on you device, subscribe now.