fbpx

ଭୟର ମାହୋଲ: ତାଲିବାନ ପ୍ରବକ୍ତାଙ୍କ ଇଣ୍ଟରଭିୟୁ ନେଇଥିବା ସାମ୍ବାଦିକା ଛାଡ଼ିଲେ ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନି ମାନଙ୍କ ଲେଉଟାଣି ପରେ ନାଗରିକ ମାନେ ଭୟଭୀତ ହୋଇଯାଇଛନ୍ତି । ସେମାନଙ୍କ ଭୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଶ ଛାଡ଼ୁଛନ୍ତି । ସାଧାରଣ ନାଗରିକଙ୍କ ସମେତ ଅନ୍ୟ ଦେଶରୁ ଆସି ଏଠାରେ ରହୁଥିବା ଲୋକମାନେ ମଧ୍ୟ ଦେଶ ଛାଡ଼ୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ତାଲିବାନି ପ୍ରବକ୍ତାଙ୍କ ଇଣ୍ଟରଭିୟୁ ନେଇଥିବା ମହିଳା ସାମ୍ବାଦିକା ମଧ୍ୟ ଏବେ ଦେଶ ଛାଡ଼ି ଅନ୍ୟତ୍ର ଯାଇସାରିଛନ୍ତି । ଦେଶ ଛାଡ଼ି ଯିବାର କାରଣ ସେ ତାଲିବାନିଙ୍କ ଡର ବୋଲି କହିଛନ୍ତି ।

୨୪ ବର୍ଷୀୟା ସାମ୍ବାଦିକା ବେହେସ୍ତା ଅରଘଣ୍ଡ ଟୋଲୋ ନ୍ୟୁଜ୍ ରେ ଜଣେ ତାଲିବାନି ପ୍ରବକ୍ତାଙ୍କ ଇଣ୍ଟରଭିୟୁ ନେଇଥିଲେ । ଯାହାପରେ ତାଙ୍କ ଚର୍ଚ୍ଚା ପୂରା ଦୁନିଆରେ ହୋଇଥିଲା । ତେବେ ଏହା ପ୍ରଥମ ଥର ହୋଇଥିଲା । କାରଣ ତାଙ୍କ ପୂର୍ବରୁ କୌଣସି ବି ମହିଳା ଆଙ୍କର୍ ତାଲିବାନିଙ୍କ ଇଣ୍ଟରଭିୟୁ ନେଇନଥିଲେ । ହେଲେ ଏବେ ବେହେସା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । କାରଣ ତାଲିବାନି ମାନେ ମହିଳା ମାନଙ୍କ ପ୍ରତି କରୁଥିବା ଅତ୍ୟାଚାର ସାରା ଦୁନିଆ ଜାଣିଛି ଓ ଦେଖିଛି ମଧ୍ୟ । ସେମାନେ ମହିଳା ମାନଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି ବୋଲି ଖୋଦ୍ ତାଙ୍କର ପ୍ରବକ୍ତା ନିକଟରେ କହିଥିଲେ ।

ସାମ୍ବାଦିକା କହିଛନ୍ତି ଯେ, “ସମସ୍ତଙ୍କ ପରି ମୋତେ ମଧ୍ୟ ତାଲିବାନିଙ୍କୁ ମୁଁ ଡ଼ରୁଛି । ଆଉ ଯଦି ତାଲିବାନି ମାନେ କହିବା ଅନୁସାରେ, ମହିଳା ମାନଙ୍କୁ ଚ୍ୟ।।ନେଲରେ କାମ କରିବାକୁ ସୁବିଧା ମିଳେ ତେବେ ମୁଁ ସେଠାରେ ନିଜକୁ ସୁରକ୍ଷିତ ବୋଲି ଭାବିବି । ଆଉ ପୁଣି ନିଜ ଦେଶକୁ ଫେରିଯିବି” ।

Get real time updates directly on you device, subscribe now.