fbpx

୩ ଦିନ ଯାଏଁ ଏହିସବୁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ: ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ-କଶ୍ମୀର, ରାଜସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଦକ୍ଷିଣ ଭାରତର ତିନିଟି ରାଜ୍ୟରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହି ରାଜ୍ୟ ଗୁଡ଼ିକ ହେଲା କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁ ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀର ରିଭାଇବେଲ୍ କାରଣରୁ ଏହି ସବୁ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ୭ ଓ ୯ ତାରିଖ ଦିନ ଆଲର୍ଟ ଜାରି ହୋଇଛି । ଏଥିସହିତ ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ବିଦର୍ଭ ଆଦିରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ ବୋଲି କୁହାଯାଇଛି ।

ଆଇଏମଡି ଅନୁଯାୟୀ, ଉତ୍ତର ପଶ୍ଚିମ ଭାରତର ଅନେକ ରାଜ୍ୟରେ ୭ ରୁ ୯ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତର ପଞ୍ଜାବ, ଜାମ୍ମୁ କାଶ୍ମୀର, ରାଜସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.