fbpx

ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀର ଦୁଷ୍କର୍ମ ଭିଡିଓ! ଦରକାର ଥିଲା ଛାଡ଼ପତ୍ର

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ଜଣେ ବ୍ଲାକମେଲର୍ କୁ ଗିରଫ କରିଛନ୍ତି । ଯାହା ନାମରେ ଜଣେ ମହିଳାଙ୍କ ଦୁଷ୍କର୍ମ କରି ତାକୁ ବ୍ଲାକମେଲ୍ କରିବା ଭଳି ଅଭିଯୋଗ ରହିଛି । ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ସ୍ୱାମୀ ଏପରି କିଛି ଅଶ୍ଳୀଳ ଭିଡିଓ କରିବା ପରେ ତାଙ୍କୁ ବ୍ଲାକମେଲ୍ କରୁଥିଲେ ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଦେବନାର୍ ର ଜଣେ ମହିଳା ଅଭିଯୋଗ କରିଛନ୍ତି । ଏହାପରେ ତାଙ୍କ ମାମଲାର ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ କହିଛି ଯେ, ବ୍ଲାକମେଲର୍ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଓ ଭିଡିଓ ବି କରିଥିଲା । ଏହାପରେ ଧମକ ଦେଇଥିଲା ଯେ, ଯଦି ତାକୁ ୫.୨୦ ଲକ୍ଷ ଯଙ୍କା ନଦିଏ ତେବେ ସେ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବ ।

ତେବେ ମହିଳା ଜଣକ ଟଙ୍କା ଦେଇନଥିଲେ । ଏହାପରେ ବ୍ଲାକମେଲର୍ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇଥିଲା । ହେଲେ ସ୍ୱାମୀ ନିଜ ସ୍ତ୍ରୀକୁ ସାହାଯ୍ୟ କରିବା ବଦଳରେ ସେହି ଭିଡିଓକୁ ନେଇ ସ୍ତ୍ରୀକୁ ଓଲଟି ଧମକାଇବାରେ ଲାଗିଥିଲା । ଏଥିସହ ଭାଇରାଲ୍ କରିଦେବ ବୋଲି କହିଥିଲା ଓ ଛାଡ଼ପତ୍ର ଦେବାକୁ କହିଥିଲା । ଆଉ ଛାଡ଼ପତ୍ର ନଦେଲେ ଭିଡିଓକୁ ସୋସିଆଲ୍ ମିଡିଆର ଅପଲୋଡ୍ କରିଦେବ ବୋଲି କହିଥିଲା । ତେବେ ଏହି ମାମଲାରେ ପୋଲିସ୍ ଉଭୟ ସ୍ୱାମୀ ଓ ବ୍ଲାକମେଲର୍ କୁ ଗିରଫ କରିଛି ।

Get real time updates directly on you device, subscribe now.