fbpx

କୁକୁରକୁ ବଞ୍ଚାଇବାକୁ ଯାଇ ଜିପ୍ ସହ ଧକ୍କା ହେଲା ଅଟୋ, ୫ ମୃତ

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଗୁରୁବାର ଦିନ ଏକ ହୃଦୟଥରା ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣଙ୍କ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତିରେ ଆସୁଥିବା ଅଟୋ ରିକ୍ସା ଓଲଟିବା ପରେ ଗୋଟିଏ ଜିପ୍ ରେ ଧକ୍କା ହେବାଫଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

କୋତୱାଲୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଅଟୋ ରିକ୍ସା ଗୋଟିଏ ଜିପ୍ ସହିତ ଧକ୍କା ହେବାଫଳରେ ଏହି ଘଟଣା ଘଟିଛି । ଯାଞ୍ଚରୁ ଜଣାପଡ଼ିଛି ଯେ, ରିକ୍ସାର ସ୍ପିଡ୍ ଖୁବ୍ ଅଧିକ ଥିଲା । ଏହି ସମୟରେ ସାମନାକୁ ଏକ କୁକୁର ଆସିଯାଇଥିଲା । ଯାହାପରେ ଉକ୍ତ କୁକୁରକୁ ବଞ୍ଚାଇବାକୁ ଯାଇ ଅଟୋ ଡ୍ରାଇଭର୍ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲା । ଏହି ସମୟରେ ଅଟୋରେ ବସିଥିବା ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.