fbpx

କରୋନାରେ ସଂକ୍ରମିତ ହେବା ପରେ ଏପରି କିଛି ଯନ୍ତ୍ରଣା ଅନୁଭବ କରୁଛନ୍ତି କି, ଜାଣନ୍ତୁ କେମିତି ପାଇବେ ମୁକ୍ତି

ନୂଆଦିଲ୍ଲୀ: ବିଗତ ପ୍ରାୟ ଦେଢ଼ ବର୍ଷ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ଏବେ ଦେଶରେ କରୋନା ସାମନ୍ୟ ହ୍ରାସ ପାଇଥିଲେ ହେଁ ଭବିଷ୍ୟତକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ଏବେ ବି ଅନେକ ଲୋକ କରୋନାରେ ସଂକ୍ରମିତ ହୋଇ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଭୋଗୁଛନ୍ତି । କରୋନାରେ ସଂକ୍ରମିତ ହେବାର ଅନେକ ଦିନ ପରେ ମଧ୍ୟ ଲକ୍ଷଣ ହ୍ରାସ ନ ପାଇବାକୁ ନେଇ ଡାକ୍ତରମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ରୋଗୀଠାରେ ଥକ୍କାପଣ, ଗଣ୍ଠିରେ ଯନ୍ତ୍ରଣା, ଶୋଇବା ସମସ୍ୟା, ସ୍ମରଣଶକ୍ତି ହ୍ରାସ ଆଦି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାଗୁଡ଼ିକୁ ବୈଜ୍ଞାନିକମାନେ ଫାଇବ୍ରୋମାୟଲଜିଆ ବୋଲି ନାମକରଣ କରିଛନ୍ତି ।

କୋଭିଡ ଆକ୍ରାନ୍ତଙ୍କ କ୍ଷେତ୍ରରେ ଫାଇବ୍ରୋମାୟଲଜିଆ ଏକ କ୍ରୋନିକ କଣ୍ଡିସନ ପାଲଟିଗଲାଣି । ଖବର ମୁତାବକ, କୋଭିଡ-୧୯ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରେ ଫାଇବ୍ରୋମାୟଲଜିଆରୁ ମୁକ୍ତି ପାଇଁ ଚିକିତ୍ସିତ ହେଉଛନ୍ତି । ଏହି ଲୋକମାନେ ମାଂସପେଶୀ, ଲିଙ୍ଗାମେଣ୍ଟସ ଓ ହାଡ଼ ଯନ୍ତ୍ରଣା ଭୋଗିବା ସହ ଥକ୍କାନ ଓ ପେଟର ସମସ୍ୟାରେ ରହିଛନ୍ତି । ଫଳରେ ରୋଗୀମାନେ ଅବସାଦ, ଚିନ୍ତା ଓ ଅଶାନ୍ତିରେ କାଳାତିପାତ କରୁଛନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଧ୍ୟାନ କରନ୍ତୁ, ଯେପରିକି ନିଃଶ୍ୱାସକୁ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭିତରେ ରଖିପାରିବେ ଓ ବାହାର କରିପାରିବେ । ଦୈନିକ ମାଂସପେଶୀ ଓ ପେଟର ଏକ୍ସରସାଇଜ କରିବା ସହ ଯେତେ ସମ୍ଭବ ଶରୀରକୁ ଆକ୍ଟିଭ ରଖନ୍ତୁ । ଚାଲିବା, ସାଇକେଲ ଚଲାଇବା ଓ ବାଇକରେ ବୁଲିବା ଓ ଏୟରୋବିକ ଏକ୍ସରସାଇଜ୍ କରନ୍ତୁ । ମଦ୍ୟ, ସିଗାରେଟକୁ ସମ୍ପୂର୍ଣ୍ଣ ଆଭଏଡ୍ କରିବା ସହ ଜଙ୍କ ଫୁଡ୍ ଓ ଅଧିକ ଫ୍ୟାଟଯୁକ୍ତ ଫୁଡସ୍ ଖାଆନ୍ତୁ ନାହିଁ । ସୁନିଦ୍ରା, ଶୀଘ୍ର ଉଠିବା ଓ ନଖ ଉଷୁମ ପାଣିରେ ଗାଧୋଇବା ଉପରେ ଗୁରୁତ୍ୱ ଦିଅନ୍ତୁ ।

Get real time updates directly on you device, subscribe now.