fbpx

କିଏ ଏହି ଭାରତର ୟଙ୍ଗ୍ ଅଫିସର, ଯିଏକି ଜାତି ସଂଘରେ ଇମ୍ରାନଙ୍କୁ ଧୂଳି ଚଟାଇଛି?

ନୂଆଦିଲ୍ଲୀ: ପାକିସ୍ତାନ ସାମନାରେ କେତେ ବି ବଡ଼ ସମସ୍ୟା ଥାଉ ନା କାହିଁକି, ସେସବୁକୁ ଛାଡ଼ି ଅନ୍ତର୍ଜାତୀୟ ଫୋରମ୍ ରେ କାଶ୍ମୀର ପ୍ରସଙ୍ଗକୁ ନେଇ ନିଜର ରାଗ ଉଗାଳିବା କେବେ ବି ବନ୍ଦ କରେ ନାହିଁ । ଶନିବାର ଦିନ ଜାତିସଂଘର ମଞ୍ଚରେ ଭାରତ ବିରୋଧୀ ବିଷ ଉଗାଳିବାରେ ବି ପାକିସ୍ତାନ ପଛକୁ ହଟିନଥିଲା । କିନ୍ତୁ ସବୁ ଥର ପରି ଏଥର ମଧ୍ୟ ଭାରତ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନକୁ ଉଚିତ୍ ଜବାବ ଦେଇଥିଲା । ପାକିସ୍ତାନ ନିଜ ଦେଶରେ ଆତଙ୍କବାଦକୁ ଯେଉଁ ଭଳି ଭାବରେ ପ୍ରଶୟ ଦେଇଛି, ତାକୁ ନେଇ ଭାରତ ଟାର୍ଗେଟ କରିଥିଲା । ତେବେ ଚଳିତ ଥର ପାକିସ୍ତାନକୁ ଉଚିତ୍ ଜବାବ ଦେଇଛନ୍ତି ଭାରତର ଝିଅ ସ୍ନେହା ଦୁବେ ।

ଜାତି ସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ରାଇଟ୍ ଟୁ ରିପ୍ଲାଏର ବ୍ୟବହାର କରି ପାକିସ୍ତାନର ଗୋଟି ଗୋଟି କତ୍ତୁତ୍ୱ ସମ୍ପର୍କରେ ବଖାଣିଥିଲେ । ସେ କହିଥିଲେ ଯେ, ଆତଙ୍କବାଦୀକୁ ଖୋଲାଖୋଲି ଭାବରେ ସମର୍ଥନ କରିବା ଓ ସେମାନଙ୍କୁ ନିଜ ଦେଶରେ ଆଶ୍ରୟ ଦେବା, ପାକିସ୍ତାନର ଇତିହାସରେ ରହିଛି । ତେବେ ଚାଲନ୍ତୁ ଜାଣିବା କିଏ ଏହି ସ୍ନେହା ଦୁବେ ।

ପାକିସ୍ତାନକୁ କଡ଼ା ଜବାବ ଦେଇଥିବା ଏହି ସ୍ନେହା ଦୁବେ ହେଉଛନ୍ତି ୨୦୧୨ ବ୍ୟାଚ୍ ର ଆଇଏଫଏସ୍ ଅଧିକାରୀ । ସେ ନିଜର ପ୍ରାରମ୍ଭିକ ଶିକ୍ଷା ଗୋଆରେ କରିଛନ୍ତି । ତାଙ୍କ କହିବା କଥା ଯେ, ଆଇଏଫଏସ୍ ଅଫିସର୍ ହେବା ଦ୍ୱାରା ଦେଶର ପ୍ରତିନିଧିତ୍ୱ କରିବାରେ ମଉକା ମିଳିପାରିବ । ସରକାରୀ କର୍ମଚାରୀ ଭାବରେ ପରିବାରରେ ପ୍ରଥମ ଝିଅ ହେଉଛନ୍ତି ସ୍ନେହା । ତାଙ୍କ ବାପା ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରନ୍ତି ଓ ତାଙ୍କ ମାଆ ଜଣେ ସ୍କୁଲ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ଆଇଏଫଏସ୍ ପାଇଁ ଚୟନ ହେବା ପରେ ସ୍ନେହା ଦୁବେଙ୍କର ପ୍ରଥମ ନିଯୁକ୍ତି ବିଦେଶ ମନ୍ତ୍ରାଳୟରେ ହୋଇଥିଲା । ପରେ ତାଙ୍କୁ ଅଗଷ୍ଟ ୨୦୧୪ ମସିହାରେ ତାଙ୍କୁ ମାଦ୍ରିଦ୍ ସ୍ଥିତ ଭାରତୀୟ ଦୂତାବାସକୁ ପଠାଇ ଦିଆଯାଇଥିଲା । ସ୍ନୋହା ବର୍ତ୍ତମାନ ଜାତିସଂଘରେ ଭାରତର ପ୍ରଥମ ସଚିବ ।

 

Get real time updates directly on you device, subscribe now.