fbpx

ମୋଦୀଙ୍କ ପାଖରେ ଅଛି କେବଳ ୩୬ହଜାର କ୍ୟାସ୍, ମୋଟ ସମ୍ପତ୍ତି ୩ କୋଟି; ଜାଣନ୍ତୁ କେଉଁଠି କରନ୍ତି ନିବେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ବୃଦ୍ଧି ପାଇ ୩.୦୭ କୋଟି ଟଙ୍କା ହୋଇଯାଇଛି । ଗତବର୍ଷ ତୁଳନାରେ ମୋଦୀଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି । ଗତବର୍ଷ ତାଙ୍କ ପାଖରେ ୨.୮୫ କୋଟି ରହିଥିଲା । ଏବେ ଏଥିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ବି ନିଜର ସମ୍ପତ୍ତି ସମ୍ପକରେ ଘୋଷଣା କରିବା ଅନିବାର୍ଯ୍ୟ ।

କିଛି ଅନ୍ୟ ମନ୍ତ୍ରୀଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେୟାର୍ ବଜାରରେ ନିବେଶ କରନ୍ତି ନାହିଁ । ଯାହା ଫଳରେ ଖରାପ ଅର୍ଥବ୍ୟବସ୍ଥା ଦେଖା ଦେବା ପରେ ବି ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଛି । ସେ ନିଜର ଟଙ୍କାକୁ ନ୍ୟାସନାଲ୍ ସେଭିଂସ୍ ସାର୍ଟିଫିକେଟ, ଜୀବନ ବୀମା ପଲିସି ଏବଂ ଏଲ୍ ଆଣ୍ଡ ଟି ଇନ୍ଫ୍ରାଷ୍ଟ୍ରକ୍ଚର୍ ରେ ନିବେଶ କରନ୍ତି । ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ସେଭିଂସ୍ ସାର୍ଟିଫିକେଟରେ ୮.୯ ଲକ୍ଷ, ଜୀବନ ବୀମା ପଲିସିରେ ୧.୫ ଲକ୍ଷ ଏବଂ ଏଲ୍ ଆଣ୍ଡ ଟି ଇନ୍ଫ୍ରାଷ୍ଟକଚର୍ ବଣ୍ଡରେ ୨୦ ହଜାର ଟଙ୍କାର ନିବେଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ବୃଦ୍ଧି ମୁଖ୍ୟ ରୂପରେ ଷ୍ଟେଟ ବ୍ୟାଙ୍କର ଗାନ୍ଧୀନଗର ଶାଖାରେ ଜମା ଫିକ୍ସଡ ଡିପୋଜିଟ୍ ଦ୍ୱାରା ହୋଇଛି । ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଶପଥପତ୍ର ଅନୁସାରେ, ୧.୮୬ କୋଟି ଟଙ୍କା ଫିକ୍ସଡ ଡିପୋଜିଟ୍ ହୋଇଛି । ଯାହାକି ଗତ ବର୍ଷ ୧.୬ କୋଟି ଟଙ୍କା ଥିଲା । ସେ କୌରସି ବି ଲୋନ୍ ନେଇନାହାନ୍ତି । ତାଙ୍କର କୌଣସି ବ୍ୟକ୍ତିଗତ ଗାଡ଼ି ବି ନାହିଁ । ତାଙ୍କ ପାଖରେ ୪୫ ଗ୍ରାମର ୪ଟି ସୁନା ମୁଦି ରହିଛି । ଯାହାର ଦାମ୍ ପାଖାପାଖି ୧.୪୮ ଲକ୍ଷ ଟଙ୍କା ହେବ ।

୨୦୨୧ ମାର୍ଚ୍ଚ ମାସରେ ତାଙ୍କର ବ୍ୟାଙ୍କ ବାଲାନ୍ସ ୧.୫ ଲକ୍ଷ ଥିଲା ଓ ନଗଦ ୩୬ହଜାର ଟଙ୍କା ଥିଲା । ଗତ ବର୍ଷ ତୁଳନାରେ ଏହା କମ୍ । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ କୌଣସି ବି ସମ୍ପତ୍ତି କିଣି ନାହାନ୍ତି ।

Get real time updates directly on you device, subscribe now.