fbpx

ଆଜି ରାତି ୯ଟାରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ୍’, ଏହି ଦୁଇଟି ଜିଲ୍ଲା ହେବେ ଅଧିକ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ବାତ୍ୟା ପ୍ରଭାବରେ ଗଞ୍ଜାମ ଓ ଗଜପତି ଦୁଇଟି ଜିଲ୍ଲା ଅଧିକ ପ୍ରଭାବିତ ହେବେ । ‘ଗୁଲାବ୍’ ରାତି ୯ଟାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ବାତ୍ୟା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ୭ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିପାରେ । ଏହି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେମି ବର୍ଷା ସମ୍ଭାବନା ରହିଛି । ବାତ୍ୟା ସମୟରେ ଭୂସ୍ଖଳନ ଓ ଅକସ୍ମାତକୁ ଲକ୍ଷ୍ୟ ରଖି ସତର୍କ ସୂଚନା ଜାରି କରାଯାଇଛି ।

ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଓଡ୍ରାଫ ଟିମକୁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ଜିଲ୍ଲାରେ ୪ଟି ଓଡ୍ରାଫ ବାହିନୀ ଆସି ପହଞ୍ଚିବା ସହ ସମସ୍ତ ବାତ୍ୟା ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତଳିଆ ଅଞ୍ଚଳର ୧୨୦୦ରୁ ଅଧିକ ଲୋକଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୨୨ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯିବା ସହ ଗର୍ଭବତୀଙ୍କୁ ମା’ ଗୃହ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି ।

Get real time updates directly on you device, subscribe now.