fbpx

ଭାରତର ଏହି ରେଳ ଷ୍ଟେସନର ନାହିଁ କୌଣସି ନାମ, ଏହିପରି ଭାବରେ ଯାତ୍ରୀ କରନ୍ତି ଯାତ୍ରା

ନୂଆଦିଲ୍ଲୀ: ଭାରତରେ ଟ୍ରେନ୍ କୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ । ଅଧିକାଂଶ ଲୋକ ଟ୍ରେନ୍ ରେ ଯାତ୍ରା କରନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ତେବେ ଟ୍ରେନ୍ ଟିକେଟ୍ ବୁକ୍ କରିବା ପୂର୍ବରୁ ଜାଣିବାକୁ ପଡେ ଯେ ଷ୍ଟେସନ୍ ର ନାମ କଣ । ନାମ ଜାଣିବା ପରେ ଟିକେଟ କାଟିଥାଉ । ତେବେ କଣ ଆପଣ ଜାଣିଛନ୍ତି କି ଭାରତରେ ଏପରି କିଛି ଷ୍ଟେସନ୍ ରହିଛି ଯାହାର କୌଣସି ନାମ ନାହିଁ । କିନ୍ତୁ ଏହି ବେନାମୀ ଷ୍ଟେସନ୍ ରେ ପ୍ରତିଦିନ ଟ୍ରେନ୍ ଆସି ରହିଥାଏ । ଆପଣ ମାନଙ୍କୁ ଏହା ଅଜବ ଲାଗୁ ଥାଇ ପାରେ କିନ୍ତୁ ଏହା ସତ ।

ଆପଣ ମାନେ ଜାଣିଥାନ୍ତୁ ଯେ, ଭାରତରେ ଏପରି ଦୁଇଟି ଷ୍ଟେସନ୍ ରହିଛି । ଯାହାର କୌଣସି ନାମ ନାହିଁ । ଏଠାରେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଏହି ବେନାମୀ ଷ୍ଟେସନ୍ ରେ ଲୋକ ମାନେ କିପରି ଟିକେଟ ବୁକ କରୁଥିବେ । ତେବେ ଚାଲନ୍ତୁ ଜାଣିବା ଏହି ଷ୍ଟେସନ୍ ବିଷୟରେ ।

ଭାରତର ଏପରି ଦୁଇଟି ଷ୍ଟେସନ୍ ରହିଛି । ଗୋଟିଏ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ବାଙ୍ଗୁରା-ମୈସଗ୍ରାମ ରେଳଖଣ୍ଡ ରେ ରହିଛି ଓ ଅନ୍ୟଟି ଝାଡଖଣ୍ଡର ରାଞ୍ଚି-ଟୋରୀ ରେଳଖଣ୍ଡ ପାଖରେ ରହିଛି । ଏହି ଦୁଇ ଷ୍ଟେସନ୍ ର କୌଣସି ନାମ ରଖାଯାଇନାହିଁ । ଏହାର କାହାଣୀ ଖୁବ୍ ରୋଚକ । ତେବେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ବାଙ୍ଗୁରା-ମୈସଗ୍ରାମ ରେଳଖଣ୍ଡ ପାଖରେ ଥିବା ଏହି ଷ୍ଟେସନ୍ କୁ ୨୦୦୮ରେ ତିଆରି କରାଯାଇଥିଲା । ଆଉ ନିର୍ମାଣ ହେବା ପରେ ଏହାର ନାମ ରୈନାଗଢ଼ ରଖାଯାଇଥିଲା । କିନ୍ତୁ ଏହି ନାମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା । ଏନେଇ ଅଭିଯୋଗ ବି ହୋଇଥିଲା । ସେବେଠାରୁ ଏହି ଷ୍ଟେସନ୍ ର କୌଣସି ନାମ ରଖାଯାଇନାହିଁ ।

ସେହିପରି ଝାଡଖଣ୍ଡର ରାଞ୍ଚି-ଟୋରୀ ରେଳଖଣ୍ଡ ପାଖରେ ଥିବା ଦ୍ୱିତୀୟ ଷ୍ଟେସନ୍ ର କୌଣସ ନାମ ନାହିଁ । ୨୦୧୧ ମସିହାରେ ଏହି ରେଳ ଷ୍ଟେସନ୍ରେ ଟ୍ରେନ୍ ପରିଚାଳନା କାମ ଆରମ୍ଭ ହୋଇଥିଲା । ସେ ସମୟରେ ଏହାର ନାମ ବଡକୀ ଚାମ୍ପି ରଖାଯାଇଥିଲା । ଏହି ନାମକୁ ନେଇ ସ୍ଥାନୀୟ ଲୋକ ଆପତ୍ତି କରିଥିଲେ । ଆଉ କହିଥିଲେ ଯେ, ସେମାନେ ଏହି ଷ୍ଟେସନ୍ କରିବାରେ ବଡ଼ ଭୂମିକା ନିଭାଇଛନ୍ତି । ଏହା ପରଠାରୁ କୌଣସି ନାମ ରଖାଯାଇ ନାହିଁ । କିନ୍ତୁ ରିପୋର୍ଟ ଅନୁସାରେ, ରେଜିଷ୍ଟର୍ ରେ ଏହାର ନାମ ବଡକୀ ଚାମ୍ପି ବୋଲି ହିଁ ରଖାଯାଇଛି । ସ୍ଥାନୀୟ ଲୋକ ମାନେ ଏହାକୁ ନେଇ ଆପତ୍ତି କରୁଛନ୍ତି । ତେଣୁ ଏଠାରେ ସାଇନ୍ ବୋର୍ଟରେ କୌଣସି ନାମ ରଖାଯାଇନାହିଁ ।

 

Get real time updates directly on you device, subscribe now.