fbpx

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼: ୧୨୫ କିମି ଦୂରରେ ‘ଗୁଲାବ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ଦିନ ୧ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୨୫ କିମି ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୧୫୦ କିମି ଦୂରରେ ରହିଛି ଗୁଲାବ । ଶେଷ ୫ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୧୭ କିମି । ବିଶାଖାପାଟଣା ରାଡାରରେ ଗୁଲାବର ଆଖିଳ ଦୃଶ୍ୟମାନ ହେଉଛି । ସନ୍ଧ୍ୟା ପରଠାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ୍ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ ।

Get real time updates directly on you device, subscribe now.