fbpx

ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ୍’: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ମାଡ଼ି ଆସୁଛି । ସମୟ ଯେତିକି ପାଖେଇ ଆସୁଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାଗ୍ରତ ହେଉଛି । ତେବେ ବାତ୍ୟା ଆନ୍ଧ୍ରର ଶ୍ରୀକାକୁଲମରେ ସ୍ଥଳଭାଗ ଛୁଇଁବ । ଆଜି ମଧ୍ୟରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ ମଝିରେ ଏହା ସ୍ଥଳଭାଗ ଛୁଇଁବ । ନିର୍ଦ୍ଦିଷ୍ଟ ଭାବେ ଶ୍ରୀକାକୁଲମ୍ ଜିଲ୍ଲାରେ ‘ଗୁଲାବ’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ତେବେ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନଗିରି ଦେଇ ଏହା ଛତିଶଗଡ଼କୁ ମୁହାଁଇବ । ବାତ୍ୟା ସମୟରେ ପବନଜନିତ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଦେଖାଦେଇପାରେ । ତେଣୁ ସେଥିପ୍ରତି ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.