fbpx

ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରେଳ ଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ପାଟନା: ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଘରୂ ଉଠାଇ ନେଇ ଗଣଦୁଷ୍କର୍ମ କଲେ । ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍ ରେ ଫିଙ୍ଗିଦେଲେ । ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ । ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦୁଥଇ ଜଣ ହେଲେ ଅଙ୍କିତ୍ ଓ ବିଶାଲ ।

ସୂଚନା ଅନୁସାରେ, ଶନିବାର ଦିନ ରାତିରେ ୨୪ ବର୍ଷୀୟା ମହିଳା ଘରୂ ବାହାରକୁ ଚାଲିବାକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କ ସହିତ ଅସଦାଚରଣ କରିଥିଲେ । ଏହାପରେ ତାଙ୍କ ପାଟିକୁ ଘୋଡାଇ ପାଖରେ ଥିବା ଏକ ଖୋଲା ପଡ଼ିଆକୁ ନେଇଗଲେ । ଦୁଇ ଅଭିଯୁକ୍ତ ଆଉ ଜଣଙ୍କୁ ସେଠାକୁ ଡାକିଥିଲେ । ଆଉ ତିନି ଜଣ ମିଶି ଜଣକ ପରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଚାଲିଲେ ।

ଦୁଷ୍କର୍ମ କରିବା ସହିତ ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଟନା ଜଙ୍ଗସନ୍ ର ରେଳ ଧାରଣାରେ ଫିଙ୍ଗି ଦେଇଥିଲେ । ଯେତେବେଳେ ମହିଳାଙ୍କ ଚେତା ଫେରି ଆସିଥିଲା ଯେ, ସେ ଖୁବ୍ ଜୋରରେ ପାଟି କରିଥିଲେ । ତାଙ୍କ ପାଟି ଶୁଣି ରେଳବାଇର ଜଣେ କର୍ମଚାରୀ ମହିଳାଙ୍କ ପାଖକୁ ଯାଇଥିଲେ ଓ ପୀଡ଼ିତାଙ୍କୁ ନେଇ ମହିଳା ପୋଲିସ୍ ଷ୍ଟେସନ୍ କୁ ଯାଇଥିଲେ ।

ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ପରେ ତାଙ୍କ ବୟାନକୁ ପୋଲିସ ରେକର୍ଡ କରିଛି । ସୋମବାର ଦିନ ବୟାନ ରେକର୍ଡ କରିଛି ପୋଲିସ୍ । ତେବେ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ପୋଲିସ ଖୋଜୁଛି ଓ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

 

Get real time updates directly on you device, subscribe now.