fbpx

ଭିଡିଓ ଗେମରେ ଚ୍ୟାଲେଞ୍ଜ ଦେଖି ୨୩ଟି ଚୁମ୍ଭକର ଗୋଲି ଗିଳିଦେଲା ୬ ବର୍ଷ ଶିଶୁ

ନୂଆଦିଲ୍ଲୀ: ଏବେ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି ଭିଡିଓ ଗେମ୍ । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପିଲାମାନେ ମୋବାଇଲ ସହିତ ଅଧିକ ସମୟ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ଛୋଟ ପିଲାକୁ ଭିଡିଓ ଗେମ୍ ଖେଳିବା ମହଙ୍ଗା ପଡ଼ିଛି । ଭିଡିଓ ଗେମ୍ ଦେଖୁଥିବା ସମୟରେ ଅଚାନକ ଏକ ଚ୍ୟାଲେଞ୍ଜ ଆସିଥିଲା । ଆଉ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଯାଇ ପିଲାଟି ୨୩ଟି ଚୁମ୍ବକ ଗୋଲି ଗିଳି ଦେଇଛି । ଏହାପରେ ଯାହା ହେଲା ତାହା ବାପା ମାଆ କେବେ ବି କଳ୍ପନା କରିନଥିଲେ । ଏହିସବୁ ସେତେବେେଳେ ହେଲା ଯେତେବେଳେ ଲଗାତର ଭାବରେ ପିଲାଟି ମୋବାଇଲ ସହିତ ଖେଳୁଥିଲା ।

ସୂଚନା ଅନୁସାରେ, ଏହି ଘଟଣା ଇଂଲଣ୍ଡର ସେକ୍ସରେ ଥିବା ଲେବିସ୍ କାଉଣ୍ଟିରେ ଘଟିଛି । ରିପୋର୍ଟ ମୁତାବକ, ପିଲାଟିର ବୟସ ମାତ୍ର ୬ ବର୍ଷ । ପିଲାଟି ମୋବାଇଲରେ ଗେମ୍ ଖେଳୁଥିବା ବେଳେ ଏକ ଚ୍ୟାଲେଞ୍ଜ ଆସିଥିଲା । ଏହାପରେ ଏହିସବୁ ଘଟିଯାଇଥିଲା । ପିଲାଟି ୨୩ଟି ଚୁମ୍ବକର ଗୋଲିକୁ ଗିଳିଦେଇଥିଲା । ଏହାପରେ ପିଲାଟିର ପେଟରେ ଖୁବ୍ ଜୋରରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଓ ସେ ବାରମ୍ବାର ବାନ୍ତି କରିଥିଲା ।

ଏହାପରେ ବାପାମାଆ ତାକୁ ନେଇ ହସ୍ପିଟାଲକୁ ଯାଇଥିଲେ । ଡାକ୍ତର ଯେତେବେଳେ ଯାଞ୍ଚ କରିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତୁରନ୍ତ ସେମାନେ ଅପରେସନ୍ କରିବାକୁ କହିଥିଲେ । ସର୍ଜରୀ କରିବା ପରେ ସବୁ ଚୁମ୍ବକକୁ ପିଲାଟିର ପେଟରୁ ବାହାର କରାଯାଇଥିଲା । ବର୍ତ୍ତମାନ ପିଲାଟି ସୁସ୍ଥ ଅଛି ।

Get real time updates directly on you device, subscribe now.