fbpx

ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା’!

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର । ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା । ସଦର ଥାନା ଜୁନାଡିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଘଟଣା ପଛର ଅସଲ କାରଣ ଏବେ ସାମନାକୁ ଆସିଛି । ବିଳମ୍ବିତ ରାତିରେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ କରାଯାଇଥିବା ଦମ୍ପତିଙ୍କ ପୁଅ ସହିତ ଗାଁର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟା କରାଯାଇଛି । ଅନୈତିକ ସମ୍ପର୍କ ସନ୍ଦେହରେ ମହିଳାଙ୍କ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଆକ୍ରମଣ ବେଳେ ପୁଅ ଘରେ ନଥିବାରୁ ବାପାମାଆ ରୋଷର ଶିକାର ହୋଇଛନ୍ତି । ଆକ୍ରମଣରେ ମାଆ ବାଚି ଓରାମଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମଧୁ ଓରାମ ଗୁରୁତର ହୋଇଛନ୍ତି । ଗୁରୁତର ମଧୁ ଓରାମଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏହି ମାମଲାରେ ଅଭିଯୁକ୍ତ ଫେରାର୍ ହୋଇଯାଇଚି । ଘଟଣାସ୍ଥଳରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.