ଏହି ୫ଟି ରାଶିର ଲୋକମାନେ ନିଜ ପାର୍ଟନରକୁ ଅଧିକ ଧୋକା ଦିଅନ୍ତି, ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟିଏ ରିଲେସନ୍ ରେ ସବୁପ୍ରକାରର ଖୁସି ଓ ସନ୍ତୁଷ୍ଟି ମିଳୁଥିଲେ ବି କିଛି ଏପରି ରହିଛନ୍ତି ଯେଉଁ ମାନେ ନିଜ ପାର୍ଟନର୍ କୁ ଧୋକା ଦେଇଥାନ୍ତି । ସେମାନଙ୍କ ପାର୍ଟନର୍ ସେମାନଙ୍କ ଦୁନିଆର ତମାମ ସୁଖ ଦେଉଥିଲେ ବି ସେମାନେ ବେଶି ଦିନ ଗୋଟିଏ ସମ୍ପର୍କରେ ତିଷ୍ଠି ହୋଇ ରହିପାରନ୍ତି ନାହିଁ । ଆଉ ଅନେକଙ୍କ ସହିତ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଚାଲିଥାନ୍ତି । ଆଉ ଏହି କାରଣରୁ ହିଁ କିଛି ଲୋକ ଲଭ୍ ରିଲେସନ୍ ରେ ରହିବାକୁ ପସନ୍ଦ କରିନଥାନ୍ତି କିମ୍ବା ଡରିଥାନ୍ତି । ବହୁ ଭାବି ବୁଛି ବିଚାରି ପଦକ୍ଷେପ ଗ୍ରହଣ କରନ୍ତି ।

ଏପରି ସ୍ଥିତିରେ ଜ୍ୟୋତିଷ ମାନେ ରାଶି ଅନୁସାରେ ପାର୍ଟନର୍ ବାଛିବାର ବାଟ ବାହାର କରିଛନ୍ତି । ଆପଣ ମାନେ ରାଶି ଅନୁସାରେ କେଉଁ ପାର୍ଟନର୍ ବିଶ୍ୱସ୍ତ ତାହା ଜାଣିପାରିବେ । ଏହି ରାଶି ଅନୁଯାୟୀ ଆପଣ ମାନେ ନିଜ ପାର୍ଟନର୍ ଉପରେ ଭରସା କରିପାରିବେ । ତେବେ ଏହି ରାଶିର ଲୋକମାନେ ନିଜର ପାର୍ଟନର୍ କୁ ଧୋକା ଦେବାରେ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ ।

ଉକ୍ତ ରାଶି ଗୁଡ଼ିକ ହେଉଛି ମିଥୁନ୍ ରାଶି, ସିଂହ ରାଶି, ତୁଳା ରାଶି, କୁମ୍ଭ ରାଶି ଓ ମୀନ ରାଶି । ଏହି ସବୁ ରାଶିର ଲୋକମାନେ ନିଜ ପାର୍ଟନର୍ କୁ ଧୋକା ଦେବାର ସମ୍ଭାବନା ଅଧିକ ରହିଥାଏ ।