fbpx

କରୋନା ଭାଇରସ୍ ବଞ୍ଚାଇଲା ମହିଳାଙ୍କ ଜୀବନ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଖଳନାୟକ ଭାବେ ଉଭା ହୋଇଛି । ମାତ୍ର ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଘଟିଛି । କରୋନା ଜଣେ ତାଙ୍କର ଜୀବନ ବଞ୍ଚାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି ଜଣେ ମହିଳା । ବ୍ରିଟେନର ରହୁଥିବା ଏଲେସମେରେ ପୋର୍ଟରେ ରହୁଥିବା ଜେମ୍ମା ଫାଲୁନଙ୍କ ଜୀବନରେ ଏଭଳି ଚମତ୍କାର ଘଟିଛି ।

ଜେମ୍ମାଙ୍କୁ ଅନୁଭବ ହୋଇଥିଲା ଯେ ସେ କରୋନାରେ ସଂକ୍ରାମଣ ହୋଇଛନ୍ତି । ତେଣୁ ସେ ଡାକ୍ତରଙ୍କ ପାଖକୁ ଯାଞ୍ଚ ପାଇଁ ଯାଇଥିଲେ । ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଜେମ୍ମା ଥାଇରଏଡ୍ ଓ କିଡନୀ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି । ଯଦି ତାଙ୍କୁ କରୋନା ହୋଇନଥାନ୍ତା ତେବେ ସେ କେବେ ବି ଡାକ୍ତରଙ୍କ ପାଖକୁ ଯାଇନଥାନ୍ତେ ବୋଲି ତିନୋଟି ସନ୍ତାନର ଜନନୀ ଜେମ୍ମା କହିଛନ୍ତି । ଯଦି ସେ ଡାକ୍ତରଙ୍କ ପାଖକୁ ଯାଇ ଯାଞ୍ଚ କରିନଥାନ୍ତେ, ତେବେ ତାଙ୍କ ଜୀବନ ବିପଦ ମଧ୍ୟକୁ ଚାଲିଯାଇଥାନ୍ତା । ଏହି ଘଟଣାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ କରୋନା ତାଙ୍କର ଜୀବନ ବଞ୍ଚାଇଛି ବୋଲି ଜେମ୍ମା କହିଛନ୍ତି ।

Get real time updates directly on you device, subscribe now.