fbpx

୧୩ ବର୍ଷିୟା ନାବାଳିକାକୁ ବିବାହ କରାଇବାକୁ ଚାହୁଛନ୍ତି ତାଲିବାନୀ ଆତଙ୍କୀ, ଏମିତି ଦୁଃଖ ଜଣାଇଲା ସାନ ଭାଇ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବ୍ଚା କରିବା ପରଠାରୁ ସେଠାରେ ସାଧାରଣ ଲୋକଙ୍କ ଉପରେ ତାଲିବାନୀଙ୍କ ଅତ୍ୟାଚାର ଲାଗିରହିଛି । ସେପଟେ ତାଲିବାନୀ ଆତଙ୍କୀମାନେ କିଶୋରୀ ଝିଅଙ୍କ ସହ ବିବାହ କରିବା ପାଇଁ ସେମାନଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଉଥିବା ନେଇ ଦେଖାଯାଇଛି । ଏମିତି ଏକ ମାମଲା ଦେଖିବାକୁ ମିଳିଛି ଆଫଗାନିସ୍ତାନରୁ ବ୍ରିଟେନ ଯାଇଥିବା ଜଣେ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ । ସେ ବିବିସିକୁ କହିଛନ୍ତି ଯେ ସେ ବ୍ରିଟେନ ୟୁନିଭର୍ସିଟିରେ ପଢୁଛନ୍ତି, ସେପଟେ କିନ୍ତୁ ଆଫଗାନିସ୍ତାନରେ ଥିବା ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତାଲିବାନୀ । ସେ ଆହୁରି କହିଛନ୍ତି ତାଙ୍କୁ ସୂଚନା ମିଳିଛି ଯେ ତାଙ୍କର ୧୩ ବର୍ଷର ଭଉଣୀଙ୍କୁ ତାଲିବାନୀ ଆତଙ୍କୀ ସହ ବିବାହ କରାଯିବ ।

ଯୁବକ ଜଣକ କହିଛନ୍ତି ଯଦି ତାଙ୍କ ଭଉଣୀଙ୍କର ଜବରଦସ୍ତି ବିବାହ କରାଯିବ ତେବେ ସେ ସାରା ଜୀବନ ଏକ ବନ୍ଦୀ ଜୀବନ ବିତାଇବେ । ଏହି ଆଫଗାନ ଛାତ୍ରଙ୍କୁ ତାଲିବାନ କବ୍ଚା ପରେ ‘ଶେବନିଙ୍ଗ ସ୍କଲାରସିପ୍ ସ୍କିମ୍’ ଅନୁଯାୟୀ ଏୟାରଲିଫ୍ଟ କରାଯାଇଥିଲା । କିନ୍ତୁ ସେ ତାଙ୍କ ପରିବାରକୁ ସେଠାରୁ ବାହାର କରିପାରିନଥିଲେ । ତାଙ୍କ ଭଳି ଆଉ ୩୫ ଜଣକୁ ଏହି ସ୍କଲାରସିପ୍ ଅନୁଯାୟୀ ଆଫଗାନିସ୍ତାନରୁ ୟୁକେ ଅଣାଯାଇଛି । ଏହା ବ୍ରିଟିଶ ବିଦେଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ, ଏହି ସ୍କଲାରସିପ ବିଶ୍ୱ ସ୍ତରରେ ମେଧାବୀ ବିଦ୍ୟାର୍ଥୀଙ୍କୁ ବ୍ରିଟେନରେ ପଢି଼ବାକୁ ସୁଯୋଗ ଦେଇଥାଏ । ବିବିସିର ଖବର ଅନୁଯାୟୀ ତାଲିବାନ ତାଙ୍କୁ ଏବଂ ତାଙ୍କୁ ମା’ଙ୍କୁ ଧମକ ଦେଇଛନ୍ତି ଯେ ତାଙ୍କ ଭଉଣୀଙ୍କୁ ଏକ ମାସ ମଧ୍ୟରେ କୌଣସି ତାଲିବାନୀ ଆତଙ୍କୀ ସହ ବିବାହ କରାଇବ ।

ଆଫଗାନୀ ବିଦ୍ୟାର୍ଥୀ ଜଣକ କହିଛନ୍ତି ୨୧ ଅଗଷ୍ଟରେ ‘ଶେବନିଙ୍ଗ ସ୍କଲାରସିପ୍’ ଅନୁଯାୟୀ ତାଙ୍କୁ ଇମେଲ କରାଯାଇଥିଲା । ସେଥିରେ କୁହାଯାଇଥିଲା ସେ ଏବଂ ସେମାନଙ୍କ ପରିବାର ବିଟ୍ରେନ ଆସିବାକୁ । କିନ୍ତୁ ସେହି ସମୟରେ କାବୁଲ ଏୟାରପୋର୍ଟର ଭୟଙ୍କର ପରିସ୍ଥିତିକୁ ଦେଖି ସେ ତାଙ୍କ ପରିବାରକୁ ନେଇ ସେମାନଙ୍କ ଜୀବନରେ ବିପଦରେ ପକାଇବାକୁ ଚାହୁନଥିଲେ । ସେଥିପାଇଁ ତାଙ୍କ ପରିବାରକୁ ସାଙ୍ଗରେ ନେଇପାରିନଥିଲେ ।

Get real time updates directly on you device, subscribe now.