fbpx

ବାହାଘରରେ ମିଳିଲାନି ଖାଇବା, ରାଗରେ ସବୁ ଫଟୋ ଡିଲିଟ୍ କରିଦେଲା ଫଟୋଗ୍ରାଫର୍; ପଢ଼ନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ଜଣେ ଫଟୋଗ୍ରାଫରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପଢ଼ିବାପରେ ଆପଣ ମାନେ ବିବାହରେ ଫଟୋଗ୍ରାଫର୍ ଙ୍କୁ ଅପମାନିତ କରିବା ପୂର୍ବରୁ ଶହେ ଥର ଭାବିବେ । ବାସ୍ତବରେ, ଏହି ଫଟୋଗ୍ରାଫରଙ୍କୁ ବିବାହ ସମୟରେ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା ଓ ସେ ଖୁବ୍ ଜୋରରେ ରାଗି ମଧ୍ୟ ଯାଇଥିଲେ । ଏହାପରେ ସେ ବରର ସାମନାରେ ସବୁ ଫଟୋକୁ ଡିଲିଟ୍ କରି ଦେଇଥିଲେ ଓ ସେଠାକୁ ପଳାଇ ଯାଇଥିଲେ । ଏହି ଖବର ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋଗ୍ରାଫର୍ ଜଣକ କହିଛନ୍ତି ଯେ, ସେ କୌଣସି ଫଟୋଗ୍ରାଫର୍ ନୁହନ୍ତି, ବରଂ ସେ ହେଉଛନ୍ତି ଜଣେ ଡଗ୍ ଗ୍ରୁମର୍ । ଯିଏକି ଫେସବୁକ୍ ଓ ଇନଷ୍ଟ୍ରାଗ୍ରାମରେ କୁକୁର ମାନଙ୍କ ଫଟୋ ଉଠାନ୍ତି । ତାଙ୍କର ଜଣେ ସାଙ୍ଗ ଟଙ୍କା ବଞ୍ଚାଇବାକୁ ଯାଇ ତାଙ୍କୁ ନିଜ ବିବାହରେ ଫଟୋ ଉଠାଇବାକୁ କହିଥିଲେ । କିନ୍ତୁ ସେ କହିଥିଲେ ଯେ, ସେ ଏ କାମରେ ମାହିର୍ ନୁହନ୍ତି । କିନ୍ତୁ ତାଙ୍କ ସାଙ୍ଗ କହିଥିଲେ ଯେ, ତାଙ୍କୁ କୌଣସି ପରଫେକ୍ସନ୍ ର ଆବଶ୍ୟକତା ନାହିଁ ।

ତେବେ ସେ କରିଥିବା ପୋଷ୍ଟ ମୁତାବକ, ଫଟୋଗ୍ରାଫର୍ ୨୫୦ ଡଲାର୍ (୧୮,୫୫୧ ଟଙ୍କା)ରେ ବିବାହ ଫଟୋ ଉଠାଇବାକୁ ରାଜି ହୋଇଗଲେ । ସେ ପାଖାପାଖି ୧୧ ଟା ସମୟରେ ଫଟୋ ଉଠାଇବା କାମ ଆରମ୍ଭ କରିଥିଲା । ଯାହାକି ପ୍ରାୟ ୭ଟା ୩୦ ମିନିଟ୍ ରେ ସରିବାର ଥିଲା । ହେଲେ ୫ଟା ସମୟରେ ଯେତେବେଳେ ଖାଇବା ଆରମ୍ଭ ହୋଇଥିଲା ସେତେବେଳେ ତାକୁ କୁହାଯାଇଥିଲା ଯେ, ସେ କୁଆଡେ ଯାଇପାରିବେନି । କାରଣ ଅତିଥି ମାନଙ୍କ ଫଟୋ ଉଠାଇବାର ଅଛି । ଏପରିକି ଫଟୋଗ୍ରାଫର୍ ପାଇଁ ଗୋଟିଏ ଟେବୁଲ ବି ଖାଲି ଛଡ଼ାଗଲା ନାହିଁ ।

ଆଗକୁ ସେ କହିଛନ୍ତି ଯେ, ସେ ଖୁବ୍ ଥକି ଯାଇଥିଲେ । ବିବାହ ମଣ୍ଡପରେ ଏସି ବି ନଥିଲା । ଫଲରେ ବହୁତ ଗରମ ବି ହେଉଥିଲା । ଏହା ବ୍ୟତୀତ ଆଖପାଖରେ ପାଣି ବି ନଥିଲା । ତେଣୁ ସେ ବରକୁ କହିଥିଲେ ତାଙ୍କୁ ୨୦ ମିନିଟ୍ ର ବ୍ରେକ୍ ଦରକାର । ଏହା ମଧ୍ୟରେ ସେ କିଛି ଖାଇବେ । ହେଲେ ବର ସଫା ସଫା ମନା କରିଦେଇଥିଲେ । ଆଉ କହିଥିଲେ ତୁମେ ଫଟୋ ଉଠାଅ ନଚେତ୍ ବିନା ଟଙ୍କାରେ ଘରକୁ ଚାଲିଯାଅ । ଏପରି କହିବା ପରେ ଫଟୋଗ୍ରାଫର୍ ଖୁବ୍ ଜୋରରେ ରାଗି ଗଲା ଓ ବର ସାମନାରେ ସବୁ ଫଟୋ ଡିଲିଟ୍ କରିଦେଲା । ଆଉ ସେଠାରୁ ଚାଲିଗଲା ଓ କହିଲା ମୁଁ ତୁମର ଫଟୋଗ୍ରାଫର୍ ନୁହେଁ ।

Get real time updates directly on you device, subscribe now.