fbpx

‘ସୋସିଆଲ ମିଡିଆରେ ଆମକୁ ଟଙ୍କା ଦରକାର ବୋଲି ମିଥ୍ୟାପ୍ରଚାର କରନ୍ତୁ ନାହିଁ’- ଅରିନ୍ଦମଙ୍କ ଭଉଣୀ କଲେ ଅନୁରୋଧଭରା ଟୁଇଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପକ୍ଷରୁ ଏକ ଅନୁରୋଧ ପୂର୍ଣ୍ଣ ଟୁଇଟ୍ କରାଯାଇଛି । ଅରିନ୍ଦମ୍ ଙ୍କ ବିୟୋଗରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ କୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ପ୍ରଚାର କରାଯାଉଛି । ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ଅରିନ୍ଦମଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କୁହାଯାଉଛି । ଏହା ବ୍ୟତୀତ ତାଙ୍କ ନାମରେ ଅନେକ ଗୁଜବପୂର୍ଣ୍ଣ ଖବର ଦେଖିବାକୁ ମିଳୁଛି । ଯାହାର କିଛଇ ସତ୍ୟତା ନାହିଁ । ଏହି କାରଣରୁ ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ମିଥ୍ୟା ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି ।

ସେ ଟୁଇଟ୍ ଜରିଆରେ କହିଛନ୍ତି ଯେ, ଅରିନ୍ଦମଙ୍କ ପରିବାର ଲୋକଙ୍କ ଠାରୁ ଆର୍ଥିକ ସହାୟତା ଚାହୁଁଥିବା କୁହାଯାଉଛି । ଗୋଟିଏ ପରିବାର ହିସାବରେ ଆମେ ସମସ୍ତେ ତାର ଯତ୍ନ ନେବାକୁ ସକ୍ଷମ ଅଛୁ । ଏଥିସହିତ ଆମର ଏହି ଅମସୟରେ ଅନେକ ଶୁଭଚିନ୍ତକ ମାନେ ବି ରହିଛନ୍ତି । ଆମ ଯୌଥ ପରିବାରରେ ଅନେକ ସଦସ୍ୟ ରହିଛନ୍ତି । ସମସ୍ତ ଭାଇ ଓ ଭଉଣୀ ମାନେ ବିବାହିତ ଓ ଖୁସିରେ ରହୁଛନ୍ତି । ଆମ ସ୍ୱର୍ଗତ ବାପା ଜଣେ ସଚ୍ଚୋଟ ଓ ଏସବିଆଇ ବ୍ୟାଙ୍କ କର୍ମଚାରୀ ଥିଲେ । ବାପାଙ୍କ ପରି ମୋ ଭାଇ ମଧ୍ୟ ସଫା ହୃଦୟର ମଣିଷଟିଏ । ସେ ନିଜ କାମ ପ୍ରତି ସବୁବେଳେ ଉତ୍ସର୍ଗୀକୃତ ।

ଏପରି ପରିସ୍ଥିତିରେ ଭାଇର ସ୍ତ୍ରୀ ଓ ପୁଅ ସମ୍ମାନଜନକ ଜୀବନ ବଞ୍ଚିବାକୁ ସକ୍ଷମ । ସୋସିଆଲ ମିଡିଆରେ ଆମକୁ ଟଙ୍କା ଦରକାର ଥିବା ନେଇ ପ୍ରଚାର ହେଉଛି । ଏଭଳି ପ୍ରଚାରକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ଅରିନ୍ଦମଙ୍କ ସାନ ଭଉଣୀ ।

Get real time updates directly on you device, subscribe now.