fbpx

କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଥିଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍, ହେପାଜତକୁ ନେଇ ଏନସିବି କରୁଛି ପଚରାଉଚରା

ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପେର ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି । ତେବେ ପୋଲିସ୍ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସମେତ ୧୦ ଜଣଙ୍କୁ ହେପାଜତକୁ ନେଇଛି । ବର୍ତ୍ତମାନ ଆର୍ଯ୍ୟନଙ୍କୁ ଏନସିବି ପଚରାଉଚରା କରୁଛି ।

ତେବେ ଏହି ରେଭ୍ ପାର୍ଟି ଶନିବାର ରାତିରେ କୋରଡେଲା କ୍ରୁଜ୍ ରେ ଚାଲିଥିବା ବେଳେ ଯାତ୍ରୀ ବେଶରେ ୁକ୍ତ ଜାହାଜରେ ଏନସିବି ଅଧିକାରୀ ରହିଥିଲେ । ସେଠାରେ ଡ୍ରଗ୍ସ ଥିବା ଜାଣିବା ପରେ ଅଧିକାରୀ ମାନେ ସେଠାରେ ରେଡ୍ କରିଥିଲେ । ତେବେ ଏହି ଜାହାଜରେ ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ରହିଥିବା ଜଣାପଡ଼ିଥିଲା । ତାଙ୍କୁ ଗିରଫ କରାଯାଇନାହିଁ । ପୋଲିସ୍ ସେମାନଙ୍କ ଅଟକ ରଖି ପଚରାଉଚରା ଚଳାଇଛି । ଅନ୍ୟପଟେ କ୍ରୁଜ୍ ପାର୍ଟିକୁ ଆୟୋଜିତ କରିଥିବା ୬ ଜଣ ଅର୍ଗାନାଇଜର୍ ଙ୍କୁ ଏନସିବି ସମନ୍ କରିଛି । ଆର୍ଯ୍ୟନ୍ ଖାନ୍ ଙ୍କ ମୋବାଇଲ୍ କୁ ଜବତ କରାଯାଇଛି । ତାଙ୍କ ଫୋନ ଏବେ ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି ।

Get real time updates directly on you device, subscribe now.