fbpx

ପିପିଲି ଉପନିର୍ବାଚନ: ୨ୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୪୪୧ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡ଼ି ଆଗୁଆ ରହିଥିବା ସୂଚନା ରହିଛି । ଦ୍ୱିତୀୟ ରାଉଣ୍ଡରେ ୨୪୪୧ ଭୋଟରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଥିଲା । ବିଜୁ ଜନତା ଦଳର ପ୍ରାର୍ଥୀ ରୂଦ୍ର ମହାରଥୀ ଆଗୁଆ ଚାଲୁଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ିକୁ ୬୬୦୩ ଭୋଟ । ବିଜେପିକୁ ୪୧୬୨, କଂଗ୍ରେସକୁ ୮୬୦ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ।

Get real time updates directly on you device, subscribe now.