fbpx

ମୁମ୍ବାଇ ଡ୍ରଗ୍ସ ପାର୍ଟି: ‘ପଠାନ’ ଶୁଟିଂ ବାତିଲ କଲେ ଶାହରୁଖ ଖାନ୍!

ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି । ଏଥିରେ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସମେତ ୮ରୁ ୧୦ ଜଣଙ୍କୁ ହେପାଜତକୁ ନେଇଛି । ବର୍ତ୍ତମାନ ଆର୍ଯ୍ୟନଙ୍କୁ ଏନସିବି ପଚରାଉଚରା ଚଳାଇଛି । ବର୍ତ୍ତମାନର ସୂଚନା ଅନୁସାରେ, ଅଟକ ରଖାଯାଇଥିବା କିଛି ଜଣଙ୍କୁ ଗିରଫ କରାଯାଇଛି । ତେବେ ଆର୍ଯ୍ୟନଙ୍କୁ ପୋଲିସ୍ ଅଟକ ରଖିବା ପରେ ସ୍ପେନ୍ ରେ ଚାଲିଥିବା ‘ପଠାନ’ ଫିଲ୍ମର ଶୁଟିଂକୁ ବାତିଲ କରିଛନ୍ତି ଶାହରୁଖ ଖାନ ।

ସୂଚନା ଅନୁସାରେ, ଆର୍ଯ୍ୟନଙ୍କୁ ଏନସିବି ଅଟକ ରଖିବା ପରେ ଶାହରୁଖ ଖାନ୍ ଏବଂ ମନ୍ନତ୍ ରୁ କୌଣସି ପ୍ରକାରର ରିଆକ୍ସ ଦେଖିବାକୁ ମିଳିନି । କିନ୍ତୁ ଶାହରୁଖ ଖାନ, ପଠାନ୍ ଫିଲ୍ମରେ ଏକ ଗୀତର ଶୁଟିଂକୁ ବାତିଲ କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ବଲିଉଡ୍ ର ଅନ୍ୟ ଷ୍ଟାର୍ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନଙ୍କ କହିବା କଥା ଯେ, ସେ ହେଉଛନ୍ତି ଜଣେ ପ୍ରାଇଭେଟ୍ ପର୍ସନ୍ । ବଡ଼ ବଡ଼ ପାର୍ଟିରେ ତାଙ୍କୁ ଖୁବ୍ କମ୍ ଦେଖିବାକୁ ମିଳେ ।

ତେବେ ଏହି ମାମଲା ସାମନାକୁ ଆସିବା ପରଠାରୁ ପ୍ରତି ମିନିଟ୍ ର ଖବର ଶାହରୁଖ ଖାନ୍ ଏନସିବିଙ୍କ ଠାରୁ ପଚାରି ବୁଝୁଛନ୍ତି । ଏପର୍ଯ୍ୟନ୍ତ ସିଧାସଳଖ ଭାବରେ ଏହି ଡ୍ରଗ୍ସ ପାର୍ଟି ସହିତ ଆର୍ଯ୍ୟନଙ୍କ ସମ୍ପୃକ୍ତିକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.