fbpx

୭୫ ଯୁବତୀଙ୍କ ସହ ବିବାହ, ୨୦୦ଙ୍କୁ ବନାଇଥିଲା କର୍ଲଗାର୍ଲ: ଜାଣନ୍ତୁ ଏପରି ଏକ ରାକେଟର ତସ୍କର ବିଷୟରେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ଼ ଧରଣର ସେକ୍ସ ରାକେଟର ତସ୍କରକୁ ଠାବ କରାଯାଇଛି । ତେବେ ଏହି ଘଟଣାରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ମାତ୍ର ୫ ବର୍ଷରେ ରାକେଟର ତସ୍କର ମୁନିର ୭୫ ଯୁବତୀଙ୍କୁ ବିବାହ କରିବା ସହ ୨୦୦ ଯୁବତୀଙ୍କୁ କର୍ଲ ଗାର୍ଲ ବନାଇଥିଲା । ପଚରାଉଚରା ସମୟରେ ମୁନିର ପୋଲିସକୁ ଏହି ସୂଚନା ଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତ ମୁନିର ଯୁବତୀଙ୍କୁ ବାଂଲାଦେଶ ଓ ଭାରତ ବର୍ଡର ନିକଟସ୍ଥ ଏକ ନାଳ ରାସ୍ତା ଦେଇ ଆଣୁଥିଲା । ଏହାପରେ ଯୁବତୀମାନଙ୍କୁ ଏକ ଛୋଟ ଗାଁରେ ରଖି ଏଜେଣ୍ଟଙ୍କ ମାଧ୍ୟମରେ ମୁର୍ଶିଦାବାଦ ଅଞ୍ଚଳ ଦେଇ ଭାରତରେ ପ୍ରବେଶ କରାଉଥିଲା ।

ଗତ ୧୧ ମାସ ପୂର୍ବରୁ ଇନ୍ଦୋର ପୋଲିସ ଲସୁଡିଆ ଓ ବିଜୟନଗର ଅଞ୍ଚଳରେ ଚଢ଼ାଉ ପରେ ୨୧ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଇନ୍ଦୋର ପୋଲିସ ମୁନିର ନାମରେ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ସେ ବାଂଲାଦେଶର ଜସୋରେ ରହୁଥିବା ବେଳେ ଅଧିକାଂଶ ଯୁବତୀଙ୍କୁ ବିବାହ କରିବା ପରେ ଭାରତ ଆଣି ବିକ୍ରି କରୁଥିଲା । ଏଥିସହ ସେ ସେକ୍ସ ରାକେଟରେ କୋଲକତା ଓ ମୁମ୍ବାଇରେ ଟ୍ରେନିଂ ଦେଉଥିଲା । ଏହାପରେ ଯୁବତୀଙ୍କ ଚାହିଦା ଅନୁଯାୟୀ, ସେ ସେମାନଙ୍କୁ ଦେଶର ବିଭିନ୍ନ ସହରକୁ ସପ୍ଲାଏ କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

Get real time updates directly on you device, subscribe now.