fbpx

ଦଶହରା ପାଇଁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍, ଜାଣନ୍ତୁ କେବେ ଠାରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନରେ ଟୟ ଟ୍ରେନ ଚାଲିବ । ଏହାଛଡ଼ା ଦୀର୍ଘ ୧୦ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ରୋପୱେର ଶୁଭ ମଧ୍ୟ ଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୮ ତାରିଖ ଦିନ ଏହା ଉଦଘାଟନ ହେବ ବୋଲି କୁହାଯାଇଛି । ବିଗତ ୬ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ଟୟ ଟ୍ରେନ ପୁନଃକାର୍ଯ୍ୟମ ହେବାକୁ ଯାଉଥିବାରୁ ଦଶହରାରେ ପର୍ଯ୍ୟଟକମାନେ ଏହାର ମଜା ଉଠାଇ ପାରିବେ ।

ଗତ ୨୦୧୬ରୁ ଶିଶୁ ରେଳଗାଡ଼ି ଚାଲିବା କାର୍ଯ୍ୟ ଆରମ୍ଭ କରାଇଥିଲା । ୨୦୨୦ ସୁଦ୍ଧା ଏହାର ପ୍ଲାଟଫର୍ମ ଓ ରେଳପଥର ଉନ୍ନତିକରଣ ସମ୍ପୂର୍ଣ୍ଣ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ରେଳଡବା ଓ ଇଞ୍ଜିନ ଆସିବା ପରଠାରୁ କରୋନା କଟକଣା ହଟିବା ପରେ ଏବେ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୧୮ରେ ନନ୍ଦନକାନନ କର୍ତ୍ତୃପକ୍ଷ ୩୫ କୋଟି ବ୍ୟୟରେ ପାର୍କିଂ, ଭୂତଳ ରାସ୍ତା ଓ ବସଷ୍ଟାଣ୍ଡର କାର୍ଯ୍ୟ ପାଇଁ ମାଷ୍ଟର ପ୍ଲାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୦ ମସିହା ସୁଦ୍ଧା ବହୁତଳ ପାର୍କିର କାର୍ଯ୍ୟ ସମାପ୍ତ ହୋଇଥିଲା । ଆସନ୍ତା ୮ ତାରିଖରେ ଏହା ଉଦଘାଟନ ପରେ ଦଶହରାରେ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ।

Get real time updates directly on you device, subscribe now.