୬ ବର୍ଷର ଭଣଜା ଉପରେ ହାତୁଡ଼ିରେ ଆକ୍ରମଣ, ମୃତ୍ୟୁ ପରେ ମାମୁଁ ଫେରାର୍

ନୂଆଦିଲ୍ଲୀ: କେରଳର ଇଡୁକ୍କୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ପାରିବାରିକ ବିବାଦରେ ବଳି ପଡ଼ିଯାଇଛି ୬ ବର୍ଷର ନୀରିହ ପିଲା । ଏହି ମାମଲାର ବିବାଦ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ୬ ବର୍ଷର ନୀରିହ ପିଲା ଉପରେ ହାଥୁଡ଼ିରେ ଆକ୍ରମଣ କରାଯାଇଥିଲା । ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଅଭିଯୁକ୍ତ ମାମୁଁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିବା ପୋଲିସ୍ ସୂଚନା ଦେଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ମାମୁଁ ସକାଳ ସମୟରେ ହଠାତ୍ ପିଲାଟିର ରୁମ୍ ଭିତରକୁ ପଶିଥିଲା ଓ ସେଠାରେ ଥିବା ସମସ୍ତଙ୍କ ଉପରେ ହାଥୁଡ଼ିରେ ଆକ୍ରମଣ କରିବାକୁ ଲାଗିଲା । ଏହା ଦେଖି ସମସ୍ତେ ଡ଼ରି ଯାଇଥିଲେ । ଏହି ଆକ୍ରମଣରେ ନୀରିହ ୬ ବର୍ଷର ପୁଅର ମୃତ୍ୟୁ ହୋଇଯାଇଛି ଏବଂ ପିଲାଟିର ମାଆ ଓ ଜେଜେ ମା’ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କର ବର୍ତ୍ତମାନ ଚିକିତ୍ସା କରାଯାଉଛି । ପୋଲିସ୍ କହିଛି ଯେ, ମାମଲାର ଛାନଭିନ୍ ଜାରି ରହିଛି ଓ ପୋଷ୍ଟମଟମ୍ ରିପୋର୍ଟ ଆସିଲେ ଆଉ କିଛି ତଥ୍ୟ ମିଳିପାରେ ।

ତେବେ ଏହି ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ ସମସ୍ତେ ଶୋଇ ଯାଇଥିଲେ । ଘଟଣାର ଆଭାସ ପାଇ ୧୫ ବର୍ଷିୟ ଭଉଣୀ ଘରୁ ପଳାଇବାରେ ସଫଳ ହୋଇଥିଲା ଓ ବାହାରକୁ ଯାଇ ଖୁବ୍ ଜୋରରେ ପାଟି କରିଥିଲା । ଫଳରେ ପଡୋଶୀ ମାନେ ପାଟି ଶୁଣି ଦୌଡ଼ି ଆସିଥିଲେ । ପୋଲିସ୍ ଖବର ପାଇ ପହଞ୍ଚିବା ପରେ ଅଭିଯୁକ୍ତ ସେମାନଙ୍କୁ ଦେଖି ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତର ସନ୍ଧାନ ଏବେ ପୋଲିସ୍ ଜାରି ରଖିଛି ।

Get real time updates directly on you device, subscribe now.