fbpx

ଆର୍ଯ୍ୟନଙ୍କ ପାଖରୁ ମିଳିଲାନି ଡ୍ରଗ୍ସ: ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସୋମବାର ଦିନ ଅଦାଲତକୁ କହିଛନ୍ତି ଯେ, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ । ତେବେ ଆର୍ଯ୍ୟନଙ୍କୁ ରବିବାର ଦିନ ବିଳମ୍ବିତ ରାତିରେ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରାଯାଇଥିଲା । ଯାଞ୍ଚ ଅଧିକାରୀ ମାନେ ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଦାବି କରି ଏହି କତାକୁ ସ୍ୱୀକାର କରିଛନ୍ତି ଯେ, ତାଙ୍କ ପାଖକୁ କୌଣସି ଅବୈଧ ଡ୍ରଗ୍ସ ଜବତ କରାଯାଇ ନାହିଁ ।

କୋର୍ଟରେ ଆର୍ଯ୍ୟନଙ୍କ ସପକ୍ଷରେ ଲଢ଼ୁଥିବା ଆଇନଜୀବୀ ସତୀଶ ମାନଶିନ୍ଦେ କହିଛନ୍ତି ଯେ, ୨୩ ବର୍ଷିୟ ଆର୍ଯ୍ୟନ୍, କାର୍ଡୋଲିୟା ଜାହାଜରେ ଆୟୋଜିତ ପାର୍ଟିରେ ବିଶେଷ ଅତିଥି ଭାବରେ ଆମନ୍ତ୍ରିତ ଥିଲେ । ଗତକାଲି ମୁମ୍ବାଇର ଏକ କୋର୍ଟ ଆର୍ଯ୍ୟନ ଖାନ୍, ଅରବାଜ୍ ମର୍ଚେଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ବ୍ୟତୀତ ଅନ୍ୟ ୫ଜଣଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

ଆର୍ଯ୍ୟନଙ୍କ ଜାମିନ୍ ପାଇଁ ଲଢ଼ୁଥିବା ଆଇନଜୀବୀ ସତୀଶ ମାନସିନ୍ଦେ କୋର୍ଟରେ କହିଛନ୍ତି ଯେ, “ଆର୍ଯ୍ୟନ୍ ଖାନ୍ ବଲିଉଡ୍ ର ସଦସ୍ୟ ରୂପରେ ବିଶେଷ ଅତିଥି ଭାବରେ ଆମନ୍ତ୍ରିତ ସଦସ୍ୟ ଥିଲେ । ପାର୍ଟି ଆୟୋଜକ ମାନେ ଦୁହେଁ ଦୁହିଁଙ୍କ ସହିତ ଯୋଡ଼ି ହୋଇ ରହିଥିଲେ” । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆର୍ଯ୍ୟନ୍ ଙ୍କ ପାଖରେ ଜାହାଜକୁ ଯିବା ସମୟରେ କି ଚଢ଼ାଉ ସମୟରେ କୌଣସି ଡ୍ରଗ୍ସ ମିଳିନଥିଲା । କ୍ରୁଜ୍ ପାଇଁ ବୋର୍ଡିଂ ପାସ୍ ନଥିଲା ଏବଂ ପାର୍ଟି ଆୟୋଜକ କିମ୍ବା ଜାହାଜର ମାଲିକଙ୍କ ସହ ସେ ସମ୍ପର୍କରେ ରହିଥିଲେ ।

Get real time updates directly on you device, subscribe now.