fbpx

ପରଲୋକରେ ଟେଲିଭିଜନ ଧାରାବାହିକ ‘ରାମାୟଣ’ର ରାବଣ

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଆଉ ନାହାନ୍ତି । ଗତକାଲି ରାତିରେ ୮୨ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ଅରବିନ୍ଦ ଅସୁସ୍ଥ ଥିବା ସହ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଆଜି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ‘ରାବ’ଣ ଭୂମିକାରେ ଅଭିନୟ କରି ଅରବିନ୍ଦ ସମଗ୍ର ଭାରତବର୍ଷରେ ଘରେ ଘରେ ପରିଚିତ ହୋଇଥିଲେ । ଏଥିସହ ସହ ସେ ପ୍ରାୟ ୩୦୦ ଗୁଜରାଟୀ ଓ ହିନ୍ଦୀ ସିନେମାରେ ଅଭିନୟ କରି ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ ।

‘ରାମାୟଣ’ ଧାରାବାହିକ ସହ ଅରବିନ୍ଦ ‘ବିକ୍ରମ ଅଉର ବେତାଲ’ ଧାରାବାହିକରେ ଦୀର୍ଘ ସମୟ ଧରି ଛାଇ ରହିଥିଲେ । ମଧ୍ୟପ୍ରଦେଶର ଉଜ୍ଜୟିନ ସହରରେ ସେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ଅଭିନୟ ଜୀବନର ଶୁଭାରମ୍ଭ ଜୁଜରାଟୀ ରଙ୍ଗମଞ୍ଚରୁ ଆରମ୍ଭ କରିଥିଲେ । ବଳିଷ୍ଠ ଅଭିୟନ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୨ରେ ତାଙ୍କୁ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେସନ (ସିବିଏଫସି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ୧୯୧୯ରେ ଭାରତୀୟ ଜନତା ପାର୍ଟି ଟିକେଟରେ ସେ ପାଞ୍ଚ ବର୍ଷ ପାଇଁ ସାଂସଦ ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.