fbpx

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଟାବଲେଟ ଏବଂ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ ଏବଂ ଟାବଲେଟ୍ ଦେବେ ଉତ୍ତରପ୍ରଦେଶ ଯୋଗୀ ସରକାର । ରାଜ୍ୟର ଯୁବକଙ୍କୁ ବୈଷୟିକ ଭାବରେ ସଶକ୍ତ କରିବା ପାଇଁ ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍ମାର୍ଟଫୋନ ଏବଂ ଟାବଲେଟ୍ ବଣ୍ଟନ କରିବା ଯୋଜନା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ । ଏହି ଯୋଜନାରେ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ସୂଚନା ଅନୁଯାୟୀ ସ୍ମାର୍ଟଫୋନ ଏବଂ ଟାବଲେଟ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ, ବିଟେକ୍, ପଲିଟେକନିକ, ମେଡିକାଲ ଏଜୁକେସନ, ପାରା ମେଡିକାଲ ଏବଂ କୌଶଳ ବିକାଶ ମିଶନର ଟ୍ରେନିଂ ନେଉଥିବା ଛାତ୍ରଙ୍କୁ ଦିଆଯିବ । ଏନେଇ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ଅନଲାଇନ କ୍ଲାସ କରିବାରେ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ସେହିଭଳି ଅନେକ ପରୀକ୍ଷା ମଧ୍ୟ ଅନଲାଇନରେ ଆୟୋଜିତ ହେଉଛି । ଏମିତିରେ ଯୁବପିଢ଼ୀକୁ ବୈଷୟିକ ଭାବେ ସଶକ୍ତ କରିବା ଦିଗରେ ଧ୍ୟାନ ଦେବା ସହ ସରକାର ଏହି ନିଷ୍ପତି ନେଇଛନ୍ତି । ଏଥିପାଇଁ ସରକାର ସବୁ ଜିଲ୍ଲାରେ ଜିଲ୍ଲା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବେ, ଏହି କମିଟି ଶିକ୍ଷାନୁଷ୍ଠାନ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ । ଯାହା ପରେ ଯୋଗ୍ୟତା ଅନୁସାରେ ଟାବଲେଟ ଏବଂ ସ୍ମାର୍ଟଫୋନ ଦିଆଯିବ ।

Get real time updates directly on you device, subscribe now.