fbpx

ତୃତୀୟ ଲିଙ୍ଗିଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ଭେଦଭାବ ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା ସୁଯୋଗ । ଦକ୍ଷତା ପ୍ରତିପାଦିତ ପାଇଁ କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବ । ସେହିପରି କୌଣସି ପଦବୀ, ତାଲିମ, ପଦୋନ୍ନତି, ବଦଳି କ୍ଷେତ୍ରରେ ମଧ୍ୟ ବାଛବିଚାର ରହିବନି । ଏହା ସହ ତୃତୀୟ ଲିଙ୍ଗିଙ୍କ ଅଭିଯୋଗ ସମାଧାନ ପାଇଁ ରହିବେ ସ୍ୱତନ୍ତ୍ର ଅଧିକାରୀ । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ।

Get real time updates directly on you device, subscribe now.