fbpx

୨୧ ହଜାର କୋଟିର ଡ୍ରଗ୍ସ ଜବତ ମାମଲା; ଏନଆଇଏ ହାତକୁ ଗଲା ତଦନ୍ତ ଭାର

ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨,୯୮୮ କେଜିର ଡ୍ରଗ୍ସ ଜବତ ମାମଲାର ତଦନ୍ତ କରିବ ଏନଆଇଏ । ଇରାନର ଅବ୍ୱାସ ବନ୍ଦର ପୋର୍ଟରୁ ଏହି ଡ୍ରଗ୍ସ ଆଫଗାନିସ୍ତାନ ବାଟ ଦେଇ ପାଉଡର ଷ୍ଟୋନ ନେଇ ଆସୁଥିବା କଣ୍ଟେନର ଜରିଆରେ ଗୁଜରାଟରେ ପହଞ୍ଚିଥିଲା । ଏହାର ଖବର ପାଇ ରାଜସ୍ୱ ଗୁଇନ୍ଦା ବିଭାଗ ସେପ୍ଟେମ୍ବରରେ ଗୁଜରାଟ କଚ୍ଛର ମୁନ୍ଦ୍ରା ପୋର୍ଟରେ ଚଢ଼ଉ କରି ୨,୯୮୮.୨୧ କେଜି ଡ୍ରଗ୍ସ ଜବତ କରିଥିଲା ।

ଜବତ ହୋଇଥିବା କଣ୍ଟେନରରେ ପାଉଡର ଷ୍ଟୋନ ତଳେ ଏହି ହେରୋଇନକୁ ରଖି ଚାଲାଣ ହେଉଥିବା ନେଇ ଡିଆରଆଇ ପକ୍ଷରୁ କୁହାଯାଇଥିଲା । ମାମଲାରେ ଡିଆରଆଇ ପାଉଡର ଷ୍ଟୋନ ଆମଦାନୀ କରୁଥବା ବିଜୟୱାଡାର ଏକ କମ୍ପାନୀର ମାଲିକ ଏମ ସୁଧାକର ଏବଂ ତାଙ୍କ ପତ୍ନୀ ଦୁର୍ଗା ବୈଶାଳୀଙ୍କୁ ଚେନ୍ନାଇରୁ ଗିରଫ କରିଥିଲେ । ସୋମବାର ଭୁଜର ଏକ ସ୍ୱତନ୍ତ୍ର କୋର୍ଟ ମାମଲାର ଶୁଣାଣ କରି ୨ଜଣକୁ ୧୦ ଦିନିଆ ଡିଆରଆଇ ହେପାଜତକୁ ପଠାଇଛି । ତେବେ ଏହି ଡଗ୍ସ ଚାଲାଣ ଏକ ବଡ଼ ଡଗ୍ସ ଚାଲାଣ ବୋଲି କୁହାଯାଉଛି ଯାହାର ମୂଲ୍ୟ ୨୧ ହଜାର ହେବ ବୋଲି ଅନୁମାନ କରାଯାଉଛି ।

ମାମଲାରେ ୪ ବିଦେଶୀ ନାଗରିକଙ୍କ ସହ ୮ ଜଣକୁ ଗିରଫ କରାଯାଇଛି । ଭାରତରେ ଆମଦାନୀ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଚେନ୍ନାଇରୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଥିବା ନେଇ ପ୍ରେସ ଇନଫରମେସନ ବ୍ୟୁରୋ ଏକ ବୟାନରେ କହିଛି ।

Get real time updates directly on you device, subscribe now.