fbpx

ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ? ଆଜି ସରୁଛି ରିମାଣ୍ଡ ଅବଧି, କୋର୍ଟ କରିବ ଫଇସଲା 

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା । ତାଙ୍କ ସହିତ ଆଉ ଦୁଇ ଜଣଙ୍କୁ ମଧ୍ୟ ଏନସିବି ଅକ୍ଟେବର ୭ ତାରିଖ ଯାଏଁ ରିମାଣ୍ଡକୁ ନେଇଥିଲ।। ତେବେ ଆଜି ସେହି ଅବଧି ସରୁଛି । ତେଣୁ ଏବେ ସମସ୍ତଙ୍କ ନଜର ଆର୍ଯ୍ୟନ୍ ଙ୍କ ଉପରେ । ଆଜି ରିମାଣ୍ଡ ଅବଧି ସରୁଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ତଦନ୍ତ ଚାଲିଥିବାରୁ ପୁଣିଥରେ ତାଙ୍କୁ ରିମାଣ୍ଡକୁ ନେବାପାଇଁ ଏନସିବି ଆବେଦନ କରିପାରନ୍ତି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଆର୍ଯ୍ୟନ୍ ଙ୍କୁ ରିମାଣ୍ଡକୁ ନେବାପରେ ଏନସିବି ଅନେକ ତଥ୍ୟ ପାଇଛି ।

ତେବେ ଆର୍ଯ୍ୟନଙ୍କ ଓକିଲ ପୁଣିଥରେ ତାଙ୍କ ଜାମିନ୍ ପାଇଁ ଆବେଦନ କରିପାରନ୍ତି । ଅକ୍ଟୋବର ୪ ତାରିଖରେ ଶୁଣାଣି ବେଳେ ଏନସିବି କୋର୍ଟରେ କହିଥିଲେ, ଆର୍ଯ୍ୟନ୍ କୋଡୱାର୍ଡରେ ହ୍ୱାଟସଆପ୍ ଚାଟିଂ କରୁଥିଲେ । ତେଣୁ ସେସବୁ କୋଡ୍ ୱାର୍ଡକୁ ଡିକୋର୍ଟ କରିବା ପାଇଁ ରିମାଣ୍ଡକୁ ନେବା ଜରୁରୀ । ଆର୍ଯ୍ୟନ୍ ଙ୍କ ଅନେକ ଚାଟ୍ ଏପରି ରହିଛି ଯାହା ଡ୍ରଗ୍ସ ଡିଲର୍ ମାନଙ୍କ ସହିତ କନେକ୍ସନ୍ ଥିବାର ସଙ୍କେତ ଦେଉଛି । ତେଣୁ ତାଙ୍କୁ ଏନସିବି ଘନଘନ ଜେରା କରୁଛି ।

Get real time updates directly on you device, subscribe now.