fbpx

ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ କରିବ ପଚରାଉଚରା, ହୋଇପାରନ୍ତି ଗିରଫ

ଲକ୍ଷ୍ନୌ : ଲଖିମପୁର ଖେରୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି କ୍ରାଇମବ୍ରାଞ୍ଚ । ପୋଲିସ୍ ଗୁରୁବାର ଦିନ ସନ୍ଧ୍ୟାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ଘରକୁ ନୋଟିସ୍ ପଠାଇଛି । ଏହା ପୂର୍ବରୁ ଆଇଜି ଲକ୍ଷ୍ମୀ ସିଂ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ପର୍ଯ୍ୟବେକ୍ଷଣ ସମିତି ସାମନାରେ ହାଜର ହେବାକୁ ନୋଟିସ୍ ପଠାଇବା ନେଇ ମତ ପ୍ରକାଶ କରିଥିଲେ ।

ଏହି ଆଧାରରେ ପୋଲିସ୍ ଆଶିଷ ମିଶ୍ରଙ୍କୁ ଖୋଜି ତାଙ୍କ ଠିକଣାରେ ନୋଟିସ୍ ପଠାଇବା ନେଇ ପ୍ର୍ରକ୍ରିୟା ଆରମ୍ଭ କରିଥିଲେ । ଏହାପରେ ପୋଲିସ୍ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ଘରକୁ ନୋଟିସ୍ ପଠାଇଛନ୍ତି । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଆଶିଷ ମିଶ୍ର ଆଜି ଗିରଫ ହୋଇପାରନ୍ତି । ତେବେ ଆଜି ଆଶିଷ କ୍ରାଇମବ୍ରାଞ୍ଚ ପାଖରେ ସକାଳ ୧୦ଟା ସମୟରେ ହାଜର ହେବେ ।

Get real time updates directly on you device, subscribe now.