fbpx

ଆଜି ଆସିବ ପଞ୍ଚାୟତ ଭୋଟ ସଂରକ୍ଷଣ ଚିଠା ତାଲିକା, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପଞ୍ଚାୟତ ଭୋଟ ନେଇ ବିଜ୍ଞପ୍ତି ଜାରି ହେବ । ଆଶା ଓ ଆଶଙ୍କା ମଧ୍ୟରେ ପ୍ରକାଶ ପାଇବ ପଞ୍ଚାୟତ ଭୋଟ ପାଇଁ ଚିଠା ସଂରକ୍ଷଣ ତାଲିକା । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ଜାରି ହେବ । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ତାଲିକାକୁ ଏବେ ସାରା ରାଜ୍ୟର ଆଶାୟା ପ୍ରାର୍ଥୀ ଓ ସମର୍ଥକମାନେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ଫେବୃଆରୀ ୧୨ରୁ ପଞ୍ଚାୟତସ୍ତରୀୟ ନିର୍ବାଚନ ଆରମ୍ଭ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ବର୍ଷକ ତଳୁ ଆଶାୟୀମାନେ କସରତ ଆରମ୍ଭ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ ସଂରକ୍ଷଣ ତାଲିକା ବେଶ ଗୁରୁତ୍ୱପୂର୍ଣ୍ଣ । ସଂରକ୍ଷଣ ତାଲିକା ଆଶାୟୀଙ୍କ ପାଇଁ ଅନୁକୂଳ ନହେଲେ ନିର୍ବାଚନରେ ଲଢ଼ିବା ସମ୍ଭବ ହେବନି । ତେଣୁ ଆଜିର ସରକାରୀ ଚିଠି ସଂରକ୍ଷଣ ବିଜ୍ଞପ୍ତି ଉପରେ ସମସ୍ତଙ୍କର ନଜର ରହିଛି । କେଉଁ ପଞ୍ଚାୟତରେ କେଉଁ ପଦବୀ କେଉଁ ବର୍ଗକୁ ଯିବ, ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ଆସନ୍ତା ମାର୍ଚ୍ଚ ୫ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେଉଥିବାରୁ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.